Latest Odisha News

BREAKING NEWS

ଲାଞ୍ଚ ନେବା ମହଙ୍ଗା ପଡିଲା : ଭିଜିଲାନ୍ସ ଜାଲରେ ବରିଷ୍ଠ ସହକାରୀ କିରାଣୀ

ଢେଙ୍କାନାଳ : ଲାଞ୍ଚ ନେବା ମହଙ୍ଗା ପଡିଲା । ଭିଜିଲାନ୍ସ ଜାଲରେ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ ସହକାରୀ କିରାଣୀ ବିଧୁପ୍ରସାଦ ବେହେରା । ମେଡ଼ିକାଲ ବିଲ କରେଇ ଦେବା ପାଇଁ ଜଣେ ଶିକ୍ଷୟିତ୍ରୀଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ।

ସୂଚନା ଅନୁଯାୟୀ ,ଭୁବନ ଭିତରଦିଗପାଟଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁଚିତ୍ରା ହୋତାଙ୍କର ୨୭ ହଜାର ଟଙ୍କାର ଏକ ମେଡ଼ିକାଲ ବିଲ କରେଇ ଦେବା ପାଇଁ କିରାଣୀ ବିଧୁପ୍ରସାଦ ବେହେରା ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ ।

ତେବେ ଢେଙ୍କାନାଳ ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ ଅଭିଯୁକ୍ତ ଶିକ୍ଷା ବିଭାଗର ବରିଷ୍ଠ ସହକାରୀ କିରାଣୀକୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି । ବିଧୁ ବେହେରାଙ୍କ ଘର ବାରଡା ଗୋଣ୍ଡିଆ, ଅଫିସ ରୁମ୍ ଏବଂ ଢେଙ୍କାନାଳରେ ଖୋଳତାଡ ଜାରି ରଖିଛି ଭିଜିଲାନ୍ସ ଟିମ୍ । ଭିଜିଲାନ୍ସ ଟିମ୍ ବିଧୁ ବେହେରାଙ୍କ ନାରେ ଏକ ମାମଲା ରୁଜୁ କରିଛି ।

Comments are closed.