ବ୍ରହ୍ମପୁର: ବ୍ରହ୍ମପୁର ଡିଏଫଓ ଆଶିଷ କୁମାର ବେହେରାଙ୍କ ବିରୋଧରେ ଆୟ ବହିର୍ଭତ ସମ୍ପତ୍ତି ଠୁଳ ଅଭିଯୋଗରେ ଶୁକ୍ରବାର ଦିନ ଭିଜିଲାନ୍ସ ଟିମ୍ ତାଙ୍କ ଘରେ ଚଢାଉ କରିଛି।
ସୂଚନା ଅନୁଯାୟୀ କଟକ ଭିଜିଲାନ୍ସ ସେଲର ଆଣ୍ଟି-କରପସନ୍ ୱିଙ୍ଗ୍ ଶ୍ରୀ ବେହେରାଙ୍କ ବ୍ରହ୍ମପୁର ସ୍ଥିତ କାର୍ଯ୍ୟାଳୟ ଓ ବାସଭବନ ସମେତ ୯ଟି ସ୍ଥାନରେ ଚଢାଉ କରି କରିଛି ।
ପରର୍ତ୍ତୀ ସମୟରେ ଭିଜିଲାନ୍ସ ଟିମ୍ ବହୁ ମୂଲ୍ୟବାନ ଦସ୍ତାବିଜ୍, ଜମିଜମା କାଗଜପତ୍ର ଏବଂ ବ୍ୟାଙ୍କ ପାସବୁକ୍ ମଧ୍ୟ ଚେକ୍ କରିବା ସହ ଏନେଇ ଖୋଳତାଡ ଆରମ୍ଭ କରିଛି ।
ଅନ୍ୟପକ୍ଷରେ ଦିଗପହଣ୍ଡି ରେଞ୍ଜର ପରମାନନ୍ଦ ପାଣିଗ୍ରାହୀଙ୍କ ବାସଭବନରେ ମଧ୍ୟ ଭିଜିଲାନ୍ସ ଟିମ୍ ଚଢାଉ କରିଥିବା ଜଣାପଡିଛି ।
Comments are closed.