ବ୍ରହ୍ମପୁର:ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ବୁଢ଼ୀ ଠାକୁରାଣୀଙ୍କ ପୀଠ ନୂଆ ରୂପ ନେବାକୁ ଯାଉଛି। ଖୁବ୍ ଶୀଘ୍ର ପୀଠର ନବକଳେବର କରାଯିବ। ଶନିବାର ସକାଳେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ସହ ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟର ଇ.ବିବେକ ରେଡ୍ଡି, ବ୍ରହ୍ମପୁର ମହାନଗର ନିଗମର ଆୟୁକ୍ତ ଜେ.ସୋନାଲ ମାଁଙ୍କ ପୀଠରେ ପହଞ୍ଚିଥିଲେ। ଉନ୍ନତିକରଣ ନେଇ ସ୍ଥାନୀୟ କର୍ପୋରେଟର, ମନ୍ଦିର ପରିଚାଳନା କମିଟି ଓ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରାଯାଇଥିଲା।
ମନ୍ଦିର ଚାରିପାଖରେ ପ୍ରଥମେ ବୁଲି ନକ୍ସା ଦେଖିଥିଲେ। ଚାରିପାଖରେ କେତେ ଜାଗା ଜବରଦଖଲରେ ରହିଛି, ତାହା ପଚାରି ବୁଝିଥିଲେ। ଉନ୍ନତିକରଣ ଦ୍ବାରା ୩୦ଟି ପରିବାର ପ୍ରଭାବିତ ହେବା ନେଇ ଆଶଙ୍କା ରହିଛି। ଏଣୁ ମନ୍ଦିର ନିକଟରେ ଥିବା ସରକାରୀ ଜାଗାରେ ୩ମହଲା ବିଶିଷ୍ଟ କୋଠା ନିର୍ମାଣ କରାଯିବ ସହ ସେଠାରେ ପ୍ରଭାବିତଙ୍କୁ ରଖିବାକୁ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି। ସେହିପରି ମନ୍ଦିର ପାର୍ଶ୍ବରେ ଥିବା ଦୋକାନୀମାନଙ୍କୁ ମନ୍ଦିର ବେଢ଼ା ଭିତରେ କିମ୍ବା ମନ୍ଦିର ନିକଟରେ ଦୋକାନ ଗୃହ କରି ଥଇଥାନ କରାଯିବାକୁ ମଧ୍ୟ ଆଲୋଚନା ହୋଇଛି। ମନ୍ଦିରର ସୌନ୍ଦର୍ଯ୍ୟକରଣ ସମୟରେ ଯେମିତି ଆଖପାଖ ଅଞ୍ଚଳରେ କାହାର ଅସୁବିଧା ନହୁଏ, ତାହାକୁ ଗୁରୁତ୍ବ ଦିଆଯିବ। ପରବର୍ତ୍ତୀ ସମୟରେ ଜବରଦଖଲରେ ଥିବା ଜାଗାକୁ ଉଚ୍ଛେଦ ଦିଗରେ ପଦକ୍ଷେପ ନିଆଯିବ। ମନ୍ଦିର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ପାଇଁ ଆରକିଟେକ୍ଚର ସଂସ୍ଥାକୁ ଦାୟିତ୍ବ ଦିଆଯାଇଛି। ମନ୍ଦିର ପୀଠର ନକ୍ସା ପ୍ରସ୍ତୁତ ହୋଇଯାଇଛି। ଆସନ୍ତା କିଛି ଦିନ ମଧ୍ୟରେ ଏହା ଚୂଡାନ୍ତ ପାଇଁ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗକୁ ପଠାଯିବ ବୋଲି ମେୟର ସଂଘମିତ୍ରା ଦଳେଇ କହିଛନ୍ତି। ଅନ୍ୟପଟେ ମନ୍ଦିର ବେଢ଼ା ଭିତରେ ୩ରୁ ୪ହଜାର ଲୋକଙ୍କ ନିମନ୍ତେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ମନ୍ଦିର ଉନ୍ନତିକରଣ ଏବଂ ସୌନ୍ଦର୍ଯ୍ୟକରଣ କାର୍ଯ୍ୟରେ ଯେପରି ସ୍ଥାନୀୟ ବାସିନ୍ଦା ସହଯୋଗ କରିବେ, ସେଥିପ୍ରତି ବିଧାୟକ ପଣ୍ଡା ଗୁରୁତ୍ବ ଦେଇଥିଲେ। ଏହି ଆଲୋଚନା ବେଳେ ସ୍ଥାନୀୟ କର୍ପୋରେଟର, ଅଞ୍ଚଳବାସୀ ଓ ମନ୍ଦିର ପରିଚାଳନା କମିଟିଙ୍କ ସମେତ ଅତିରିକ୍ତ ଆୟୁକ୍ତ ନୀଳମାଧବ ଭୋଇ, ଡେପୁଟି କମିଶନର ବିନୋଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
BREAKING NEWS
- ମହିଳା ଚଳାଇବେ ଆମ ବସ୍, ଟ୍ରେନିଂ ପାଇଁ ଗଲେ ପୁଣେ
- କାଙ୍ଗାଳ ପାକିସ୍ତାନର ନିଚ୍ଛକ ସତ, ଇଜ୍ଜତ ବିକି ମାଗୁଛି କରଜ
- ପ୍ରଥମ ରାଷ୍ଟ୍ରପତି ଭାବେ ମା’ ବିରଜାଙ୍କୁ ଦର୍ଶନ କରିବେ ଦ୍ରୌପଦୀ ମୁର୍ମୁ
- ଅରିଜିତଙ୍କୁ ବଡ ଅନୁରୋଧ କଲେ ନିର୍ଦ୍ଦେଶକ ବିଶାଲ ଭରଦ୍ୱାଜ
- Dhurandhar Song In Guinness World Record: ସାରା ବିଶ୍ୱରେ କ୍ରେଜ୍ ବଢ଼ାଇଛି ଧୁରନ୍ଧର୍ ସିନେମାର ଏହି ଗୀତ, ଭାଙ୍ଗିଲା ଗିନିଜ୍ ବିଶ୍ୱ ରେକର୍ଡ…ଖୁବ୍ ଶୀଘ୍ର ଭାରତ ଆସିବେ ଗାୟକ
- Kalikesh Visits Naveen Nivas: କଳିକେଶ ହେବେକି ନବୀନଙ୍କ ଉତ୍ତରାଧିକାରୀ?, ଚର୍ଚ୍ଚା ଭିତରେ ନବୀନ ନିବାସରେ ବିଧାୟକ…
- ଓଡ଼ିଆ ଭାଷାରେ ପଢିବେ ଏକାଦଶ ଶ୍ରେଣୀ ବିଜ୍ଞାନ ଛାତ୍ରଛାତ୍ରୀ; ଜିଲ୍ଲା ସଦର ମହକୁମା ବହି ଦୋକାନରେ ଉପଲବ୍ଧ ହେବ
- ଫିଟ ହେଉଛନ୍ତି ତିଳକ: ବ୍ୟାଟିଂ ପରେ କଲେ ବୋଲିଂ ଅଭ୍ୟାସ
- ଏଣିକି କଲେଜରେ କ୍ଲାସ ନ କରି ଖଟି କଲେ ଅଧ୍ୟାପକ ଅଧ୍ୟାପିକାଙ୍କ ଉପରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ
- Road Accident: ୩ଟି ବାଇକ୍ ଉପରେ ମାଡ଼ିଗଲା ଟ୍ରକ୍, ଚାଲିଗଲା ୫ ଜୀବନ
Comments are closed.