Latest Odisha News

BREAKING NEWS

ମରିବି ପଛେ ଶାଶୁ ଘର ଛାଡି ଯିବିନି…

ବ୍ରହ୍ମପୁର: ଗ୍ରୀଲ ଭାଙ୍ଗି ତପସ୍ୱିନୀଙ୍କୁ ଶାଶୂଘରକୁ ପ୍ରବେଶ କରାଇଲେ ମହିଳା । ହେଲେ ଶାଶୂଘର ଏରୁଣ୍ଡି ବନ୍ଧ ଡେଇଁ ପାରୁ ନାହାନ୍ତି ଘରର ବୋହୂ । ସ୍ୱାମୀ ଓ ପରିବାର ଲୋକଙ୍କ ଗହଣରେ ଦିନ କାଟିବା ବଦଳରେ ଗ୍ୟାରେଜରେ ଦିନରାତି କାଟୁଛନ୍ତି । ମଝିରେ ବଡ଼ ଲକ୍ଷ୍ମଣରେଖା ଟଣା ହୋଇଛି । ଆଉ ସେହି ଲକ୍ଷ୍ମଣରେଖା ଟାଣିଛନ୍ତି ତପସ୍ୱିନୀଙ୍କ ଶାଶୂଘର ଲୋକେ ।

କୌଣସି ମତେ ଘରର ବୋହୂକୁ ଘରେ ପୂରାଇବାକୁ ନାରାଜ । ମରିଗଲେ ବି ବୋହୂକୁ ଘରେ ପୂରାଇ ଦେବୁନି ବୋଲି କହୁଛନ୍ତି ।

ତେବେ ଏଥିରେ ହାରିଯାଇ ନାହାନ୍ତି ତପସ୍ୱିନୀ । ମରିଗଲେ ବି ଘର ଛାଡ଼ି କୁଆଡ଼େ ଯିବିନି ବୋଲି କହୁଛନ୍ତି । ସେହିପରି ସେ ତାଙ୍କ  ଶ୍ୱଶୂର ଆଣିଥିବା ଅଭିଯୋଗକୁ ମଧ୍ୟ ଖଣ୍ଡନ କରିଛନ୍ତି । ତପସ୍ୱିନୀ ଓ ସମାଜସେବୀ ବଳପୂର୍ବକ ଭାବେ ଲୋକ ଲଗାଇ ଗେଟ୍ ଭାଙ୍ଗିଥିବା ଗତକାଲି ଅନଲାଇନ୍‌ରେ ଏତଲା କରିଛନ୍ତି ସୁମିତଙ୍କ ବାପା ପ୍ରମୋଦ ସାହୁ । ଏକଥାକୁ ମିଛ ବୋଲି ସେ କହିଛନ୍ତି ।

ସବୁ କିଛି ଗଣମାଧ୍ୟମ ସାମ୍ନାରେ ହୋଇଛି । ସିସିଟିଭିରେ ମଧ୍ୟ ସମସ୍ତ ରେକଡିଂ ଥିବା । ଗେଟ୍‌କୁ ହାତ ବି ଲଗାଇ ନାହାନ୍ତି ବୋଲି ସେ କହିଛନ୍ତି ।

ଅନ୍ୟପଟେ ସିସିଟିଭି ଫୁଟେଜ୍‌କୁ ସିଲ୍‌ କରାଯାଉ ବୋଲି ଦାବି କରିଛନ୍ତି ତପସ୍ୱିନୀଙ୍କ ସହ ଧାରଣାରେ ବସିଥିଲା ସମାଜସେବୀ ପ୍ରମିଳା । ସିସିଟିଭିରେ କ’ଣ କ’ଣ ରେକଡିଂ ହୋଇଛି ପର୍ଦ୍ଦାଫାଶ ହେବ । ଘର ବାହାରେ ଶୀତ କାକରରେ ବସି ରହିଥିବାରୁ ଆମର ବି ସୁରକ୍ଷା ଦରକାର ବୋଲି ସେ କହିଛନ୍ତି ।

Leave A Reply

Your email address will not be published.