Latest Odisha News

BREAKING NEWS

ବ୍ରହ୍ମପୁରରେ ଘରେ ପଶି ମା’ ଓ ପୁଅଙ୍କୁ ଆକ୍ରମଣ ଘଟଣା, ୨ ଅଟକ

ବ୍ରହ୍ମପୁର: ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ନାରାୟଣପୁର ଗାଁରେ ଘରେ ପଶି ମା’ ଓ ଦୁଇ ପୁଅଙ୍କୁ ଆକ୍ରମଣ ଘଟଣା । ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଦୁନିଆ ସାହୁ । ଏନେଇ ୨ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଣିଗାରେଡି କରିବାକୁ ନେଇ ଆକ୍ରମଣ ପରେ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ।

ଖବରମୁତାବକ, ଗତକାଲି (ଶୁକ୍ରବାର) ରାତି ପ୍ରାୟ ୮ଟା ସମୟରେ ନାରାୟଣପୁର ଗାଁରେ ଦୁନିଆ ସାହୁଙ୍କ ଘରେ ୩ ରୁ ୪ ଜଣ ଦୁର୍ବୁତ୍ତ ପଶି ପ୍ରଥମେ ଦୁନିଆ ସାହୁ ପରେ ତାଙ୍କ ସାନ ଭାଇ କୁନା ସାହୁ ଓ ମା’ଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଦୁନିଆ ସାହୁଙ୍କର ମୃତ୍ୟୁ ଘଟିଥିବେଳେ, ଗୁରୁତର ସାନ ଭାଇ କୁନା ଓ ଦୁନିଆଙ୍କ ମା’ କୁନି ସାହୁଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି।

ତେବେ ମୃତକ ଦୁନିଆଙ୍କ ନାଁରେ ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଥିବା ଜଣାପଡିଛି । ଅନ୍ୟପଟେ ଏହି ଘଟଣାର ଅଧିକ ତଦନ୍ତ ଜାରିରଖିଥିବା କହିଛନ୍ତି ବ୍ରହ୍ମପୁର ଏସପି ।

Comments are closed.