ବ୍ରହ୍ମପୁର: ଦୁର୍ଗା ପୂଜା ପାଇଁ ପାଟ୍ରୋଲିଂ କରିବା ସମୟରେ ନକଲି ପୋଲିସକୁ ଧରିଛନ୍ତି ନିଜେ ବ୍ରହ୍ମପୁର ଏସପି ଡା. ସର୍ବଣା ବିବେକ ଏମ୍। ପୋଲିସ ଲେଖାହୋଇଥିବା କାର୍ ଜବତ କରାଯାଇଛି ଏବଂ ଚାଳକଙ୍କୁ ଅଟକ ରଖାଯାଇଛି। ସେ ସୂଚନା ଦେଇଛନ୍ତି ଯେ, ରବିବାର ପୂଜା ପାଇଁ ପାଟ୍ରୋଲିଂ ଚାଲିଥିବା ବେଳେ ଏକ ହ୍ୟୁଣ୍ଡାଇ କ୍ରେଟା କାର୍ ସହର ଭିତରେ ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା ଦେଖିବାକୁ ମିଳିଥିଲା। କାରରେ ପୋଲିସ ଷ୍ଟିକର ଲାଗିଥିଲା। କାରକୁ ଅଟକାଇ ଯାଞ୍ଚ କରାଯାଇଥିଲା। କାର ଚାଳକ ଜଣକ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲା କୋଟାବୋମାଲ୍ଲୀର କୋରଡ଼ା ସୁବ୍ରମଣ୍ୟମ୍ ବୋଲି ଜଣାଡ଼ିଥିଲା। କାରଟି କୌଣସି କୌଣସି ପୋଲିସ ଅଧିକାରୀଙ୍କ ନଥିବା ବେଳେ ଚଳାଉଥିବା ସୁବ୍ରମଣ୍ୟମ ମଧ୍ୟ ପୋଲିସ କର୍ମଚାରୀ ନୁହଁନ୍ତି। ଠକେଇ, ସରକାରୀ କର୍ମଚାରୀଙ୍କ ନକଲି ପରିଚୟ ଏବଂ ନକଲି ଚିହ୍ନ ବ୍ୟବହାର କରିଥିବା ଯୋଗୁ ବ୍ରହ୍ମପୁର ଟାଉନ ଥାନାରେ ଏନେଇ ଏକ ମାମଲା ରୁଜୁ କରାଯାଇଛି। ଚାଳକଙ୍କୁ ଅଟକ ରଖାଯିବା ସହିତ ଘଟଣାର ତଦନ୍ତ ଚାଲିଥିବା ବ୍ରହ୍ମପୁର ଏସ୍ପି ସୂଚନା ଦେଇଛନ୍ତି। ସୂଚନା ଯୋଗ୍ୟ ଯେ, ଗତ ଅଗଷ୍ଟ ୨୮ ତାରିଖରେ ବ୍ରହ୍ମପୁର ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଥିଲା, ଯିଏ ନିଜ ବାଇକରେ ପୋଲିସ ଷ୍ଟିକର ଲଗାଇବା ସହିତ ନିଜକୁ ପୋଲିସର ପରିଚୟ ଦେଉଥିଲେ।
BREAKING NEWS
- ରାଜ୍ୟର ୩ ପ୍ରମୁଖ ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ ୬ମାସ ବଢିଲା
- ଅଲଗା ହେବେ ଧନୁଷ ଓ ଐଶ୍ବର୍ଯ୍ୟା, ୨୭ରେ ଶୁଣାଣି
- ଆସନ୍ତୁ ଜାଣିବା ମେସି, ରୋନାଲ୍ଡୋଙ୍କଠାରୁ କେଉଁ ଫୁଟବଲ ଖେଳାଳି ଅଧିକ ଧନୀ
- ଫିଲ୍ମ ସେଟରେ ମହିଳାଙ୍କ ସୁରକ୍ଷାକୁ ନେଇ ଭୁମି ପେଡନେକର କଲେ ବଡ ଖୁଲାସା..
- ଅଷ୍ଟ୍ରେଲିଆରେ ଆଜି ପର୍ଯ୍ୟନ୍ତ ଭାରତୀୟ ଟେଷ୍ଟ ଟିମର ପ୍ରଦର୍ଶନ
- ଭୟଙ୍କର ସ୍ଥିତିରେ ଦିଲ୍ଲୀର ବାୟୁ ପ୍ରଦୂଷଣ; ବଦଳିଲା କର୍ମଚାରୀଙ୍କ ଅଫିସ୍ ସମୟ
- ଅଚ୍ୟୁତ ସାମନ୍ତଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ
- ବିବାହରେ ସୁନା ଖଚିତ ଶାଢୀ ପିନ୍ଧିବେ ଶୋଭିତା
- ରାଜ୍ୟରେ ହେବ ମତ୍ସ୍ୟ ଓ ପଶୁ ସମ୍ପଦ ବିଶ୍ୱ ବିଦ୍ୟାଳୟ: ମନ୍ତ୍ରୀ
- ପାକିସ୍ତାନରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ, ୩୮ ମୃତ
Comments are closed.