Latest Odisha News

BREAKING NEWS

କମ୍ ବଜେଟରେ କିଣନ୍ତୁ ଏହି ସ୍ମାର୍ଟ ଫୋନ, ମିଳିବ ଦମଦାର୍ ଫିଚର ସହ କ୍ୟାମେରା

ନୂଆଦିଲ୍ଲୀ: ଯଦି ଆପଣ ଏକ ନୂତନ ସ୍ମାର୍ଟଫୋନ୍ କିଣିବାକୁ ଚାହୁଁଛନ୍ତି କିନ୍ତୁ ଆପଣଙ୍କର ବଜେଟ୍ କମ୍ ଅଛି ତେବେ ଚିନ୍ତା କରିବାର କିଛି ନାହିଁ। ମୋଟୋରୋଲା ଏବଂ ଓପୋ ସମେତ ଅନେକ କମ୍ପାନୀ ବଜେଟ୍ ସେଗମେଣ୍ଟରେ ଅନେକ ସ୍ମାର୍ଟଫୋନ୍ ପ୍ରଦାନ କରନ୍ତି। ଆଜି ଆମେ ଆପଣଙ୍କ ପାଇଁ ୧୫,୦୦୦ ଟଙ୍କାରୁ କମ୍ ମୂଲ୍ୟର ସ୍ମାର୍ଟଫୋନର ଏକ ତାଲିକା ଆଣିଛୁ, ଯେଉଁଥିରେ ଦମଦାର୍ ବ୍ୟାଟେରୀ ସହିତ ଉତ୍କୃଷ୍ଟ ଫିଚର ରହିଛି।

ଭିଭୋ T4x 5G

Vivo ଫୋନରେ 6.72 ଇଞ୍ଚର ଫୁଲ୍ HD+ 120Hz ଡିସପ୍ଲେ ଅଛି। ଏହାର ବ୍ୟାକରେ 50MP + 2MP ଡୁଆଲ୍ କ୍ୟାମେରା ସେଟଅପ୍ ଅଛି। ସେହିପରି ଫ୍ରଣ୍ଟରେ ଏକ 8MPର କ୍ୟାମେରା ଅଛି। ଏଥିରେ ମିଡିଆଟେକ୍ ଡାଇମେନ୍ସିଟି 300 5G ପ୍ରୋସେସର୍ ଦିଆଯାଇଛି। ଏଥିରେ 6500 mAh ର ଦମଦାର ବ୍ୟାଟେରୀ ଅଛି। ଫ୍ଲିପକାର୍ଟରେ ଏହାର 8GB+128GB ଭାରିଆଣ୍ଟକୁ ରିହାତି ପରେ 14,999 ଟଙ୍କାରେ କିଣାଯାଇପାରିବ।

OPPO K12x 5G

ଏହି ଫୋନଟି 6.67 ଇଞ୍ଚର HD LCD ଡିସପ୍ଲେ ସହିତ ଆସିଥାଏ। ଏହା 6GB+128GB ଏବଂ 8GB+256GB ଷ୍ଟୋରେଜ୍ ଭାରିଆଣ୍ଟରେ ଉପଲବ୍ଧ। ଏହାର ଷ୍ଟୋରେଜକୁ 1TB ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ। କ୍ୟାମେରା ବିଷୟରେ କହିବାକୁ ଗଲେ, ଏହାର ବ୍ୟାକରେ 32MP + 2MP ଡୁଆଲ୍ କ୍ୟାମେରା ସେଟଅପ୍ ଅଛି। ଏଥିରେ ସେଲଫି ଏବଂ ଭିଡିଓ କଲିଂ ପାଇଁ ଫ୍ରଣ୍ଟରେ 8MP କ୍ୟାମେରା ଅଛି। OPPO K12x 5G ରେ MediaTek Dimensity 6300 ପ୍ରୋସେସର୍ ଏବଂ 5100 mAh ବ୍ୟାଟେରୀ ଅଛି। ଏହା Flipkart ରେ 12,999 ଟଙ୍କାରେ ଉପଲବ୍ଧ।

ମୋଟୋରୋଲା G45 5G

ଦେଖହିବାକୁ ଗଲେ ମୋଟୋରୋଲା ମଧ୍ୟ ଉତ୍କୃଷ୍ଟ ସ୍ମାର୍ଟଫୋନ୍ ପ୍ରଦାନ କରେ। Motorola g45 5G ରେ 6.5 ଇଞ୍ଚର HD+ 120Hz IPS LCD ଡିସପ୍ଲେ ଅଛି। ଏହା 4GB ଏବଂ 8GB RAM ଭାରିଆଣ୍ଟରେ ଉପଲବ୍ଧ ଏବଂ ଷ୍ଟୋରେଜ୍ 1TB ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ। ଏହି ଫୋନରେ ବ୍ୟାକରେ 50MP + 2MP ଡୁଆଲ କ୍ୟାମେରା ସେଟଅପ୍ ଏବଂ ଫ୍ରଣ୍ଟରେ 16MP ଲେନ୍ସ ଅଛି। ଏହି ଫୋନଟି Snapdragon 6s Gen 3 ପ୍ରୋସେସର୍ ସହିତ ଆସିଥାଏ ଏବଂ ଏଥିରେ 5000 mAh ବ୍ୟାଟେରୀ ଅଛି। ଫ୍ଲିପକାର୍ଟରେ ରିହାତି ପରେ, ଏହାର ମୂଲ୍ୟ ୧୧,୯୯୯ ଟଙ୍କା ରହିଛି ।

Comments are closed.