Latest Odisha News

BREAKING NEWS

ଯୁବତୀଙ୍କୁ ଲିଫ୍ଟ ଦେଉଥିଲେ ସାବଧାନ, ୫୦ରୁ ଅଧିକଙ୍କୁ ହୋଟେଲକୁ ନେଇ କରିଥିଲେ ବ୍ଲାକମେଲିଂ!

ନୈନତାଲ: ଉତ୍ତରାଖଣ୍ଡର ପୌଡ଼ି ଗଡ଼ଓ୍ଵାଲ ପୋଲିସ ଏକ ଚାଲାକ ପ୍ରେମିକ-ପ୍ରେମିକାଙ୍କୁ ଗିରଫ କରିଛି । ଯେଉଁମାନେ କି ଲିଫ୍ଟ ନେଉଥିଲେ । ଆଉ ପ୍ରେମଜାଲରେ ଫସାଇ ବ୍ଲାକମେଲିଂ କରୁଥିଲେ। ଏହି ଦୁହେଁ ହୋଟେଲରେ ଆପତ୍ତିଜନକ ଭିଡିଓ ତିଆରି କରି ପ୍ରଥମେ ବ୍ଲାକମେଲିଂ ପରେ ଟଙ୍କା ଆଦାୟ କରୁଥିଲେ। ପୋଲିସ ସୂତ୍ରରୁ ଜଣାପଡ଼ିଛି ଯେ, ଏମାନେ ଏଯାଏ ୫୦ରୁ ଅଧିକ ଲୋକଙ୍କୁ ଏହିପରି ଠକିଛନ୍ତି।

ଅଭିଯୁକ୍ତଙ୍କ ପରିଚୟ ଉତ୍ତରପ୍ରଦେଶର ବିଜନୌର ଜିଲ୍ଲା ନଜିବାବାଦ ଥାନା ଅଞ୍ଚଳର ତାହାରପୁର ନିବାସୀ ନବଜୋତ ସିଂହ ବୋଲି ଜଣାପଡ଼ିଛି । ପୋଲିସର ସୂଚନା ଅନୁଯାୟୀ, ନିଧି ଏକାକୀ ରାସ୍ତାରେ ଛିଡ଼ା ହୋଇ ଗାଡ଼ି ଚାଳକମାନଙ୍କଠାରୁ ଲିଫ୍ଟ ମାଗୁଥିଲା। ଯଦି କେହି ତାକୁ ଲିଫ୍ଟ ଦେଉଥିଲେ, ସେ ପ୍ରେମର ଅଭିନୟ କରି ତାଙ୍କୁ ହୋଟେଲକୁ ନେଇ ଆପତ୍ତିଜନକ ଭିଡିଓ ରେକର୍ଡ କରୁଥିଲା। ଏହାପରେ ଠିକ୍‌ ସମୟରେ ଡରାଇ-ଧମକାଇ ଟଙ୍କା ଆଦାୟ କରୁଥିଲା।

ପୋଲିସ ପଚରାଉଚରା କରିବା ପରେ ଅଭିଯୁକ୍ତମାନେ ସ୍ୱୀକାର କରିଛନ୍ତି ଯେ, ସେମାନେ ଏଯାଏ ୫୦ରୁ ଅଧିକ ଲୋକଙ୍କୁ ଏହିପରି ଠକିଛନ୍ତି। କିନ୍ତୁ ନିଜ ସମ୍ମାନକୁ ଡରି ଅଧିକାଂଶ ପୀଡ଼ିତ ପୋଲିସରେ ଅଭିଯୋଗ କରୁନଥିଲେ। ପୌଡ଼ି ଜିଲ୍ଲା ଏସପି ଲୋକେଶ୍ୱର ସିଂହ କହିଛନ୍ତି, “କୋଟଦ୍ୱାରରେ ରହୁଥିବା ଜଣେ ବ୍ୟକ୍ତି ଅଭିଯୋଗ କରିଥିଲେ ଯେ, ଜଣେ ଯୁବତୀ ଓ ତାଙ୍କ ପ୍ରେମିକ ତାଙ୍କୁ ରେପ ମାମଲାରେ ଫସାଇବାକୁ ଧମକ ଦେଇ ଟଙ୍କା ଆଦାୟ କରିଛନ୍ତି।” ଏହି ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ଏବଂ ଅଭିଯୁକ୍ତମାନଙ୍କୁ ଗିରଫ କରିଛି।

Comments are closed.