Latest Odisha News

BREAKING NEWS

ଭଦ୍ରକ ଡ଼ବଲ ମର୍ଡ଼ର: ୨ ଲକ୍ଷ ଟଙ୍କା ଲୋଭରେ ହତ୍ୟା କରିଥିବା ସ୍ୱୀକାର କଲା ଅଭିଯୁକ୍ତ

ଭଦ୍ରକ : ଭଦ୍ରକ ଧାମନଗର ଅଞ୍ଚଳରେ ଘଟିଥିବା ନୃଶଂସ ଡ଼ବଲ ମର୍ଡ଼ର ଘଟଣା ଏବେ ଭିନ୍ନ ମୋଡ଼ ନେଇଛି । ଏହି ଘଟଣା ଘଟାଇଥିବା ମୁଖ୍ୟ ଅଭିଯୁକ୍ତ ବବୁଆ ମହାନ୍ତି ପୋଲିସ ଆଂଗରେ ପୁଣି ଏକ ଚାଞ୍ଚଲ୍ୟକର ବୟାନ ଦେଇଛି । ଫଳରେ ଏହି ହତ୍ୟାକାଣ୍ଡ ଏକ ନାଟକୀୟ ମୋଡ଼ ନେଇଛି । ତଥାପି ଅନେକ ରହସ୍ୟ ଲୁଚିଥିବା ସନ୍ଦେହ କରି ପୋଲିସ ଖୋଳତାଡ଼ କରୁଛି ।

ମିଳିଥିବା ସୂତ୍ରରୁ ପ୍ରକାଶ, ଏପରିକି ଧରମ ଭଉଣୀକୁ ଦୁଷ୍କର୍ମ ଉଦ୍ୟମ କରିଥିବାର ପ୍ରମାଣ କୋଠରୀରୁ ମିଳିଛି ବୋଲି ପୋଲିସ କହିଛି । ରବୀନ୍ଦ୍ରକୁ ହାତଗୋଡ଼ ବାନ୍ଧି କେନାଲରେ ପକାଇଦେବାରୁ ରବୀନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା । ଘରେ ମାଆକୁ କବାଟ ଖୋଲିବା ସମୟରେ ପଥରରେ ଛେଚି ହତ୍ୟା କରିଥିଲା ବବୁଆ । ଘରେ ଧରମ ଭଉଣୀ ପ୍ରତିରୋଧ କରିବାରୁ ତାକୁ ଦୁଷ୍କର୍ମ ଉଦ୍ୟମ କରିଥିଲା ବବୁଆ ।

ପ୍ରଥମେ ଅଭିଯୁକ୍ତ ବବୁଆ କହିଥିଲା ଯେ, ମୋ ମାଆକୁ ନିର୍ଯ୍ୟାତନା ଦେବା ଯୋଗୁଁ ମୁଁ ଏହି ହତ୍ୟାକାଣ୍ଡ ଘଟାଇଛି । କିନ୍ତୁ ଏବେ ବବୁଆ ୨ଲକ୍ଷ ଟଙ୍କା ଲୋଭରେ ଧରମ ବାପା ରବୀନ୍ଦ୍ର ବେଉରିଆ ଓ ମାଆ ଭକ୍ତିଲତାକୁ ହତ୍ୟା କରିଥିବା କଥା ପୋଲସ ଆଗରେ ମାନିଛି ।

ସୂଚନାଯୋଗ୍ୟ, ଧାମନଗର ଅଞ୍ଚଳରେ ରବୀନ୍ଦ୍ର ବେଉରିଆଙ୍କ ମୃତଦେହ କେନାଲରୁ ମିଳିଥିଲା । ଭଦ୍ରକ ପୋଲିସ ଅଭିଯୁକ୍ତ ବବୁଆକୁ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରୁ ଗିରଫ କରିଥିଲା ।

Leave A Reply

Your email address will not be published.