ଭୁବନେଶ୍ୱର: ଓଡ଼ିଶାରେ ୬.୬୫ ଲକ୍ଷ ପରିବାର ପିଏମ ଆଓ୍ୱାସ ଯୋଜନାରୁ ବର୍ତ୍ତମାନ ବଞ୍ଚିତ ହୋଇଛନ୍ତି । ପାଣ୍ଠି ଯାେଗାଣରେ ବିଳମ୍ବ ଯୋଗୁଁ ୧.୮୪ ଲକ୍ଷ ଫନି କ୍ଷତିଗ୍ରସ୍ତ ମଧ୍ୟ ଏହି ଯୋଜନାରୁ ବଞ୍ଚିତ ଥିବା ଲୋକସଭାରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଉପସ୍ଥାପନ କରିଛନ୍ତି ।
୨୦୨୨ ସୁଦ୍ଧା ‘ସମସ୍ତଙ୍କ ପାଇଁ ଆବାସ’ ଉଦ୍ଦେଶ୍ୟ ପୂରଣ ହୋଇପାରିନି । ଏବଂ ଏହି ଯୋଜନାରୁ ବଞ୍ଚିତ ସମସ୍ତ ହିତାଧିକାରୀଙ୍କୁ ନୂତନ ତାଲିକାରେ ଅର୍ନ୍ତଭୁକ୍ତ କରିବାର ଆବଶ୍ୟକତା ଅଛି । ଏବଂ ଯଥାଶୀଘ୍ର ହିତାଧିକାରୀଙ୍କୁ ପାଣ୍ଠି ଯୋଗାଇବାକୁ ମଞ୍ଜୁଲତା ଲୋକସଭାରେ ଦାବି ଉପସ୍ଥାପନା କରିଛନ୍ତି ।
ଖୁବ୍ ଶୀଘ୍ର ପୋର୍ଟାଲ କାର୍ଯ୍ୟକାରୀ କରିବା ଜରୁରୀ ବୋଲି ମଞ୍ଜୁଲତା କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଯଦ୍ୱାରା ସ୍ୱଚ୍ଛ କାର୍ଯ୍ୟକାରୀ ଏବଂ ସଫଳତା ଅର୍ଜନ ହୋଇପାରିବ ବୋଲି ମଞ୍ଜୁଲତା କହିଛନ୍ତି ।
ଏହା ବ୍ୟତୀତ ମଞ୍ଜୁଲତାଙ୍କ ନିର୍ବାଚନମଣ୍ଡଳୀ ଭଦ୍ରକରେ ୫୭ ହଜାର ୧୯୦ ଜଣ ହିତାଧିକାରୀ ବର୍ତ୍ତମାନ ପର୍ଯ୍ୟନ୍ତ ବଞ୍ଚିତ ଅଛନ୍ତି ବୋଲି ସାଂସଦ ସଭାରେ ଉପସ୍ଥାପନ କରିଛନ୍ତି ।
Comments are closed.