ଭଦ୍ରକ: ଓଡ଼ିଆ ଢଗ ଢ଼ମାଳିରେ ଏକ କଥା ଅଛି ‘ଆଳୁ ଖୋଳୁ ଖୋଳୁ ମହାଦେବ’। ତେବେ ଏହି କଥା ଟି ବାସ୍ତବରେ ରୂପାୟନ ହୋଇଛି ଭଦ୍ରକ ଜିଲ୍ଲା ଭଦ୍ରକ ବ୍ଲକ ଗୋରାମାଟି ପଞ୍ଚାୟତ ଚକପୁର ଗାଁରେ।
ପ୍ରାପ୍ତ ସୂଚନାନୁସାରେ, ଚକପୁର ଗାଁର ବଲଦିଆପଦା ପଡିଆରେ ଗାଁରେ ଏକ ପାର୍କ ନିର୍ମାଣ ପାଇଁ ମାଟି ସମତୁଳ କାର୍ଯ୍ୟ ଚାଲିଥିଲା । ତେବେ କାର୍ଯ୍ୟ ଚାଲିଥିବା ସମୟରେ ଟ୍ରାକ୍ଟର ମୁନରେ ଏକ ପଥର ବାଜି ଥିଲା । ପଥର ବାଜି ଟ୍ରାକ୍ଟର ଫାଳ ଭାଙ୍ଗି ଯାଇଥିଲା । ଏହାପରେ ଟ୍ରାକ୍ଟର ଡ୍ରାଇଭର ଓ ମାଲିକ ମାଟି ଖୋଳିବାରୁ ଏବଂ ଏକ ପଥର ମୂର୍ତ୍ତି ଦେଖିବାକୁ ପାଇଥିଲେ ।
ଏହାପରେ ବିଜୁଳି ପରି ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଖେଳିଗଲା। ଖବର ପାଇ ସ୍ଥାନୀୟ ସରପଞ୍ଚ ଓ ଗାଁ ଲୋକ ସେଠାରେ ଏକତ୍ରିତ ହୋଇଥିଲେ ।
ଉକ୍ତ ମୂର୍ତ୍ତିକୁ ମାଟିରୁ ବାହାର କରିବା ପାଇଁ ଖୋଳାଖୋଳି ଆରମ୍ଭ ହୋଇଛି। ଉକ୍ତ ସ୍ଥାନରେ ଲୋକଙ୍କ ଜନ ସମାଗମ ହେବା ସହ ଗାଁରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି ।
Comments are closed.