ପୁରୀ: ‘ମୈନେ ପ୍ୟାର କିୟା’ ଅଭିନେତ୍ରୀ ଭାଗ୍ୟଶ୍ରୀ ନିକଟରେ ପୁରୀ ଗସ୍ତରେ ଆସିଥିବା ବେଳେ ଏବେ ଫଟୋ ସେୟାର କରିଛନ୍ତି।
କମଳା ରଙ୍ଗର ପୋଷାକ ପରିଧାନ କରିଥିବା ବେଳେ ସେ ସିଂହଦ୍ୱାର ସମ୍ମୁଖରେ ପୋଜ୍ ଦେଇଥିଲେ। ଏପରିକି ଗରୁଡ଼ ସ୍ତମ୍ଭରେ ଦୀପ ଜାଳୁଥିବାର ଦେଖାଯାଇଛି।
ଏହି ଅବସରରେ ଭାଗ୍ୟଶ୍ରୀଙ୍କୁ ଏକ ମନ୍ଦିର ଧ୍ୱଜ ଏବଂ ପ୍ରଭୁ ଜଗନ୍ନାଥଙ୍କ ଏକ ଚିତ୍ର ମଧ୍ୟ ଉପହାର ଦିଆଯାଇଥିଲା। ସେ ମହାପ୍ରଭୁଙ୍କ ଦର୍ଶନ ସୁରୁଖୁରୁରେ କରିଥିବା ବେଳେ ସେବାୟତ ତାଙ୍କୁ ଆଶୀର୍ବାଦ ସ୍ବରୂପ ଧ୍ୱଜ ଦେଇଥିଲେ ବୋଲି ଉଲ୍ଲେଖ କରିଛନ୍ତି।
ତେବେ ଓଡିଶାରେ ରହଣି ସମୟରେ ସେ ଏକ ପାରମ୍ପରିକ ଓଡ଼ିଆ ସ୍ୱାଦିଷ୍ଟ ଖାଦ୍ୟ- ଛତୁ ବେସର ଖାଇଥିଲେ। “ଘିଅ ଭାତ ସହିତ ପ୍ରସିଦ୍ଧ “ଛତୁ ବେସର” ତାଙ୍କୁ ଖୁବ୍ ପସନ୍ଦ ଆସିଥିଲା ବୋଲି କହିଛନ୍ତି। ଅପରପକ୍ଷରେ ଏସବୁ ଆଇଜି ହିମାଂଶୁ ଜୀ ଏବଂ ଡିଏସ୍ପି ପ୍ରଶାନ୍ତ ଜୀଙ୍କ ପାଇଁ ସମ୍ଭବ ହୋଇଥିବା କହିବା ସହ ଧନ୍ୟବାଦ ଜଣାଇଛନ୍ତି।