Latest Odisha News

କରୋନାରୁ ସୁସ୍ଥ ହୋଇ କାର୍ଯ୍ୟରେ ଯୋଗ ଦେଲେ ଭଞ୍ଜନଗର ଏସଡିଏମ

ବ୍ରହ୍ମପୁର: ଭଞ୍ଜନଗରର ସବ-ଡିଭିଜନାଲ ମାଜିଷ୍ଟ୍ରେଟ (ଏସଡିଏମ) ରାଜେନ୍ଦ୍ର ମିଞ୍ଜ କରୋନାରୁ ସୁସ୍ଥ ହେବା ପରେ କାର୍ଯ୍ୟରେ ଯୋଗ ଦେଇଛନ୍ତି।

ସେ କାର୍ଯ୍ୟରେ ଯୋଗ ଦେବା ପରେ ଟ୍ୱିଟ୍ ଯୋଗେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ତାଙ୍କୁ ସ୍ୱାଗତ କରିଛନ୍ତି ।

ସେ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ଯେ ଶ୍ରୀ ମିଞ୍ଜ କରୋନା ବିରୁଦ୍ଧରେ ନିଷ୍ଠା ଏବଂ ସାହସ ସହିତ ଲଢି ସଫଳ ହୋଇଛନ୍ତି । ଏଥିସହିତ ସେ ପ୍ରକୃତରେ ଜଣେ ଆଗଧାଡିର କରୋନା ଯୋଦ୍ଧା ମଧ୍ୟ।

Comments are closed.