Latest Odisha News

BREAKING NEWS

କରୋନା ପ୍ରତିଷେଧକ ଟୀକା ‘କୋରୋଫ୍ଲୁ’: ଭାରତରେ ହେଉଛି ପ୍ରସ୍ତୁତ !

ହାଇଦ୍ରାବାଦ: ଖୁବଶୀଘ୍ର ପ୍ରସ୍ତୁତ ହେବାକୁ ଯାଉଛି କୋଭିଡ-୧୯ ପ୍ରତିଷେଧକ ଟୀକା । ହାଇଦ୍ରାବାଦର ଭାରତ ବାୟୋଟେକ କମ୍ପାନୀ ଏହି ଟୀକା ପ୍ରସ୍ତୁତ କରିବାକୁ ଯାଉଥିବା ଜାତୀୟ ଗଣମାଧ୍ୟମ ‘ଦ ହିନ୍ଦୁ ବିଜନେସ ଲାଇନ’ ରେ ରିପୋର୍ଟ ପ୍ରକାଶ।

ଭାଇରୋଲୋଜିଷ୍ଟ ଏବଂ ଟିକା ପ୍ରସ୍ତୁତକାରୀଙ୍କ ଆନ୍ତର୍ଜାତୀୟ ସହଯୋଗର ଅଂଶ ଭାବରେ ଭାରତ ବାୟୋଟେକ୍ କୋଭିଡ-୧୯ ମୁକାବିଲା ପାଇଁ କୋରୋଫ୍ଲୁ ନାମକ ଏକ ଟିକା ବିକାଶ କରୁଥିବା ଟିକା ନିର୍ମାତା ଭାରତ ବାୟୋଟେକ୍ ଶୁକ୍ରବାର ଦିନ ସୂଚନା ପ୍ରଦାନ କରିଛନ୍ତି।

କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ତଥା ଅଧ୍ୟକ୍ଷ ଡକ୍ଟର କ୍ରୀଷ୍ଣା ଏଲା ଦେଇଥିବା ସୁଚନା ଅନୁଯାୟୀ ଏହି ପ୍ରତିଷେଧକ ଟୀକା ନାଜାଲ ଡ୍ରପ୍‍ ଆକାରରେ ପ୍ରସ୍ତୁତ କରାଯିବ । ଏହି ଟୀକା ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ ଏହାର ବ୍ୟବହାର ଅତି ସରଳ ।

ହାଇଦ୍ରାବାଦ ମୁଖ୍ୟାଳୟର ଟିକା ପ୍ରସ୍ତୁତକାରୀ ଦେଇଥିବା ସୁଚନା ଅନୁଯାୟୀ, କୋରୋଫ୍ଲୁ ହେଉଛି ଏକ ନାସାଲ୍ ଡ୍ରପ୍ ଟିକା । ଯାହା ମଣିଷମାନଙ୍କ ମଧ୍ୟରେ ନିରାପଦ ଏବଂ ସହନଶୀଳ ବୋଲି ଦର୍ଶାଯାଇଛି।

କମ୍ପାନୀ ତରଫରୁ ଗତ ୩ ମାସ ଧରି ଏ ସଂକ୍ରାନ୍ତରେ ଗବେଷଣା ଓ ପରୀକ୍ଷାନିରୀକ୍ଷା କରାଯାଇଥିବା ସହ ନିକଟରେ ପ୍ରାଣୀଙ୍କ ଉପରେ ଏହାର ପରୀକ୍ଷଣ କରାଯାଉଛି।

ଭାରତରେ ଏହାର ଉପଯୋଗ ପାଇଁ ଅନ୍ୟ କମ୍ପାନୀ ସହିତ ମିଶି ଆବଶ୍ୟକ ପରିମାଣର ପ୍ରତିଷେଧକ ଟୀକା ପ୍ରସ୍ତୁତ କରିବା ସକାଶେ ଏହାର ସାମର୍ଥ୍ୟ ଥିବା ଏହାର ଅଧ୍ୟକ୍ଷ କହିଛନ୍ତି।

Comments are closed.