Latest Odisha News

BREAKING NEWS

ଭାରତ ବାୟୋଟେକର ଇଂଟ୍ରାନାଜାଲ କୋଭିଡ-୧୯ ବୁଷ୍ଟର ଡୋଜକୁ ଡିସିଜିଆଇ ମଂଜୁରୀ

ନୂଆଦିଲ୍ଲୀ: ଭାରତ ବାୟୋଟେକର ଇଂଟ୍ରାନାଜାଲ କୋଭିଡ ୧୯ ବୁଷ୍ଟର ଡୋଜକୁ ଶୁକ୍ରବାର ଡିସିଜିଆଇ ଅନୁମତି ପ୍ରଦାନ କରାଯାଇଛି । କୋଭାକ୍ସିନ ଓ କୋଭାଶୀଲ୍ଡର ଟୀକା ନେଇଥିବା ବ୍ୟକ୍ତି ଜରୁରୀକାଳୀନ ପରିସ୍ଥିତିରେ ଇନକୋଭାକର ବୁଷ୍ଟର ଡୋଜକୁୁ ବ୍ୟବହାର କରିପାରିବ । ଏହା ଏବେ କେବଳ ବୟସ୍କଙ୍କ ପାଇଁ ଉପଲବ୍ଧ ରହିବ । ଭ୍ୟାକ୍ସିନ ନିର୍ମାତାଙ୍କ ଅନୁସାରେ ଏହି ଟୀକା ନାକରେ ପ୍ରତିରକ୍ଷା ପ୍ରତିକ୍ରିୟା ସୃଷ୍ଟି କରିବା କ୍ଷମତା ରଖିଛି । ଏହା ଦ୍ୱାରା ସଂକ୍ରମଣ ସମ୍ଭାବନା ବହୁତ କମ ରହିଥାଏ । ଏହା ଇମ୍ୟୁନ ସିଷ୍ଟମକୁ ମଧ୍ୟ ମଜଭୁତ କରିଥାଏ । ଦ୍ୱିତୀୟ ଟୀକା ନେବାର ୬ ମାସ ପରେ ଏହି ନାଜାଲ ଡୋଜ ନିଆଯାଇ ପାରିବ ।

ଏହାକୁ ନେବା ପାଇଁ ଛୁଂଚିର ଆବଶ୍ୟକତା ନ ଥିବାରୁ ସମସ୍ତେ ସହଜରେ ଇଂଟ୍ରାନାଜାଲ ଭ୍ୟାକ୍ସିନ ନେଇପାରିବେ । କୋଭିଡ ୧୯ ମୁକାବିଲା ପାଇଁ ଏହା ପ୍ରଥମ ନାଜାଲ ଭ୍ୟାକ୍ସିନ ହୋଇଥିବାରୁ ଏହାର ଫଳାଫଳ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା ରହିଛି ।

Leave A Reply

Your email address will not be published.