Latest Odisha News

BREAKING NEWS

ଓଡ଼ିଶାରୁ ଦକ୍ଷିଣ ଭାରତକୁ ଗଡିବ ‘ଭାରତ ଦର୍ଶନ’ ସ୍ୱତନ୍ତ୍ର ଟ୍ରେନ୍: ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

ଭୁବନେଶ୍ୱର: ଭାରତୀୟ ରେଳବାଇ ଦ୍ୱାରା ଦକ୍ଷିଣ ଭାରତକୁ ଏକ ଭାରତ ଦର୍ଶନ’ ନାମକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ।

ଏହି ସ୍ୱତନ୍ତ୍ର ଟ୍ରେନ୍ ଆସନ୍ତା ଜାନୁଆରୀ ମାସ ୨ ତାରିଖ ଦିନ ଭୁବନେଶ୍ୱରରୁ ରାତ୍ର ୧୦ ଘଟିକାରେ ରାମେଶ୍ୱରମ, ମଦୁରାଇ ଏବଂ ତିରୁପତି ଦର୍ଶନ ପାଇଁ ଯାତ୍ରା କରିବ।

ଯେଉଁମାନେ ଏହିସବୁ ସ୍ଥାନକୁ ଦର୍ଶନ ପାଇଁ ଯିବାକୁ ନିଶ୍ଚିତ ଟିକେଟ୍ ପାଇପାରୁ ନାହାଁନ୍ତି କିମ୍ବା ଏହି ସ୍ଥାନକୁ ସିଧାସଳଖ ଟ୍ରେନ୍ ନାହିଁ ସେମାନେ ଏହା ଦ୍ୱାରା ଭୁବନେଶ୍ୱରରୁ ଦକ୍ଷିଣ ଭାରତକୁ ଯାଇ ଦର୍ଶନ କରିପାରିବେ।

ଟୁରିଷ୍ଟ ପ୍ୟାକେଜ୍ ସିଷ୍ଟମ ସହିତ ଭୁବନେଶ୍ୱର, ବ୍ରହ୍ମପୁର, ଶ୍ରୀକାକୁଲମ୍, ବିଜୟନଗରମ, ବିଶାଖାପାଟଣା ଓ ବିଜୟୱାଡା ଠାରୁ ଏହି ଅଞ୍ଚଳର ଯାତ୍ରୀମାନେ ଉକ୍ତ ଟ୍ରେନର ସୁବିଧା ନେଇପାରିବେ।

କେବଳ ୮୦୮୫/- ମୂଲ୍ୟରେ ୭ ରାତି ଏବଂ ୮ ଦିନ ପାଇଁ ଏହା ସମସ୍ତ ଦେୟ ଅନ୍ତର୍ଭୂକ୍ତ ଟୁରିଷ୍ଟ ପ୍ୟାକେଜ୍ ଅଟେ। ଯାହାକି ଜାନୁୟାରୀ ୨ରୁ ସ୍ଲିପର କ୍ଲାସ୍ ଟ୍ରେନ୍ ଯାତ୍ରା, ରହିବା, ଶାକାହାରୀ ଭୋଜନ, ପର‌୍ୟ୍ୟଟନ ବସ୍, ଏସକର୍ଟ, ସିକ୍ୟୁରିଟି ଗାର୍ଡ, ଭ୍ରମଣ ବୀମା ଇତ୍ୟାଦି ସହିତ ଉପରୋକ୍ତ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାଇପାରିବେ।

ଆଇଆରସିଟିସି ୱେବସାଇଟ୍ – http://www.irctctourism.com ଏବଂ IRCTC ପର୍ଯ୍ୟଟନ ସୁବିଧା କେନ୍ଦ୍ରରୁ ଯାତ୍ରୀମାନେ ବୁକିଂ କରିପାରିବେ।  ୫ ବର୍ଷରୁ କମ୍ ପିଲାଙ୍କ ପାଇଁ କୌଣସି ଦେୟ ଦେବାକୁ ନଥିବାବେଳେ ୫ ବର୍ଷରୁ ଅଧିକ ପିଲାଙ୍କ ପାଇଁ ପୂର୍ଣ୍ଣ ବୟସ୍କ ଭଡା ଦେବାକୁ ହେବ।

ଏଥିପାଇଁ ସମସ୍ତ କୋଭିଡ-୧୯ ସତର୍କତା ଅବଲମ୍ବନ କରାଯିବ ଯେପରିକି ପର୍ଯ୍ୟାୟ କ୍ରମେ ସାନିଟାଇଜେସନ୍, ହୋଟେଲ ସାନିଟାଇଜେସନ୍, ଲଗେଜ ସାନିଟାଇଜେସନ, ଥର୍ମାଲ୍ ସ୍କ୍ରିନିଂ ଦ୍ୱାରା ତାପମାତ୍ରା ଯାଞ୍ଚ, ସାନିଟାଇଜର ଏବଂ ମାସ୍କ ସହିତ କୋଭିଡ୍ କିଟ୍ ଯୋଗାଇ ଦିଆଯିବ।

Leave A Reply

Your email address will not be published.