Latest Odisha News

‘କ୍ଷମତାକୁ ଫେରିଲେ କେନ୍ଦୁଝରରେ କାରଖାନା ପ୍ରତିଷ୍ଠା ନିଶ୍ଚିତ’

କେନ୍ଦୁଝର:  ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଓଡ଼ିଶା ରାଜକୋଷକୁ ସବୁଠାରୁ ଅଧିକ ଅର୍ଥ ପ୍ରଦାନ କରୁଛି । କେବଳ ଖଣି ଏବଂ ଖଣିଜଜାତ ଦ୍ରବ୍ୟରୁ ସିଧାସଳଖ ଭାବରେ ବାର୍ଷିକ ୪୫ ହଜାର କୋଟି ଟଙ୍କାରୁ ଅଧିକ ଆୟ କରୁଛନ୍ତି । ତତ୍‌ସହିତ ଜିଲ୍ଲା ଖଣିଜ ବିକାଶ ଫଣ୍ଡରେ ପାଖାପାଖି ୧୮ ହଜାର କୋଟି ଟଙ୍କା ଗଚ୍ଛିତ ଅଛି । କିନ୍ତୁ ଏହି ଆୟରୁ ୧୦ ପ୍ରତିଶତ ମଧ୍ୟ ଏ ଜିଲ୍ଲାର ଜନସାଧାରଣଙ୍କ ବିକାଶ ପାଇଁ ଖର୍ଚ୍ଚ କରାଯାଉ ନାହିଁ। ଏ ଅଂଚଳର ଯୁବକ ରାଜ୍ୟ ବାହାରେ ପକ୍କାକାମ କରୁଛନ୍ତି ବା ଦିନ ମଜୁରିଆ ଭାବେ କାମ କରୁଛନ୍ତି । ଏ ଅଂଚଳର ଶିକ୍ଷିତ ଯୁବକ ଯୁବତୀ ମାନେ ବର୍ଷବର୍ଷ ଧରି ରୋଜଗାର ଅପେକ୍ଷାରେ।

୧୩ ଦିନରେ ଓଡିଶାରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା ପହଂଚିଛି। ଏହି ଅବସରରେ କେନ୍ଦୁଝରରେ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଆଜି ଆରମ୍ଭ ହୋଇଥିଲା ଭାରତଯୋଡ଼ୋ ଯାତ୍ରା। ଏହି ଅବସରରେ ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହିତ ରାଜ୍ୟରେ କଂଗ୍ରେସ ସରକାରକୁ ଆସିଲେ କେନ୍ଦୁଝରରେ କାରଖାନା ପ୍ରତିଷ୍ଠା ହେବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

ସେ କହିଛନ୍ତି, ୨୨ ବର୍ଷ ଭିତରେ ନବୀନ ସରକାର ଏ ରାଜ୍ୟର ଏକ ଶିଳ୍ପ ପ୍ରତିଷ୍ଠା କରିନାହାନ୍ତି । ଯଦିବା ଏ ଅଂଚଳରୁ ଲୁହା ପଥର ଭାରତ ବର୍ଷର ଏବଂ ଭାରତ ବାହାରେ ବିଭିନ୍ନ ପ୍ରାନ୍ତରକୁ ଯାଉଛି । ଏ ହେଉଛି ନବୀନ ବାବୁଙ୍କର ଏ ରାଜ୍ୟ ଏବଂ ଜିଲ୍ଲା ପ୍ରତି ନିଷ୍ଠା । କେନ୍ଦୁଝର ଜିଲ୍ଳା ଏକ ଆଦିବାସୀ ବହୁଳ ଜିଲ୍ଲା । ଏ ଅଂଚଳର ୬୭% ମହିଳା ରକ୍ତହିନତାରେ ଶିକାର, ଶିଶୁ ମୃତ୍ୟୁହାର ସବୁଠାରୁ ଅଧିକ । ମାତୃ ମୃତ୍ୟୁହାର ମଧ୍ୟ ବହ ଉଚ୍ଚସ୍ତରରେ । ଏ ଅଂଚଳର ସମ୍ପଦକୁ ନିର୍ଦ୍ଦିଷ୍ଟ କିଛି ଗୋଷ୍ଠି ସଂପୂର୍ଣ୍ଣ ଉପଭୋଗ କରନ୍ତି।

ଜିଲ୍ଲାର ପ୍ରଶାସନିକ ଅଧିକାରୀ ତଥା ଲୋକସେବା ଭବନରେ ବସିଥିବା ଅଧିକାରୀ ମାନେ ଜନସାଧାରଙ୍କ ପ୍ରତି ଦାୟିତ୍ୱ ଓ କର୍ତବ୍ୟକୁ ସଂପୂର୍ଣ୍ଣ ଭୁଲିଯାଇ କେବଳ ଭାରତୀୟ ଜନତା ପାଟିର ଦଳୀୟ କର୍ମଚାରୀ ଭାବରେ କାର୍ଯ୍ୟକରୁଛନ୍ତି । ଏଥିରୁ ଶୀଘ୍ର ନିବୃତ ରୁହନ୍ତୁ । କଂଗ୍ରେସ ଯଦି ରାଜ୍ୟରେ ସରକାର କରିବ କେନ୍ଦୁଝର ଜିଲ୍ଲାରେ ନିଶ୍ଚିତ ଦୁଇଟି ଲୋହଭିତିକ ବଡ଼ଶିଳ୍ପ କାରଖାନା ପ୍ରତିଷ୍ଠା କରାଯିବ ବୋଲି ପିସିସି ସଭାପତି କହିଛନ୍ତି।

ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ ମିଶ୍ର ଏହି ଯାତ୍ରାର କାର୍ଯ୍ୟକ୍ରମ ସବୁ ଆୟୋଜନ କରିଥିଲେ। ହଜାର ହଜାର ଜନସାଧାରଣ, ଆଇନଜୀବି, ଛାତ୍ରଛାତ୍ରୀ, ବ୍ୟବସାୟୀ ଓ ବିଭିନ୍ନ ବର୍ଗର ଲୋକ ଏହି ଅବସରରେ ଯୋଡ଼ି ହୋଇଥିଲେ।

Leave A Reply

Your email address will not be published.