Latest Odisha News

BREAKING NEWS

ନଭେମ୍ବରରେ ସ୍ୱଦେଶୀ ଟିକା କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ନୂଆଦିଲ୍ଲୀ: ଦେଶରେ କରୋନା ଟିକାର ପରୀକ୍ଷଣ ନେଇ ଆସିଲା ବଡ଼ ଖବର ।  ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ ବା DCGI ଭାରତ ବାୟୋଟେକର କରୋନା ଟିକା କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣକୁ ଅନୁମୋଦନ ଦେଇଛି । ନଭେମ୍ବର ପ୍ରଥମ ସପ୍ତାହରେ ଆରମ୍ଭ ହୋଇପାରେ ତୃତୀୟ ପର୍ଯ୍ୟାୟ ଟ୍ରାଏଲ୍ ।

ଭାରତର ଦୁଇଟି ସ୍ୱଦେଶୀ କରୋନା ଟିକା ମଧ୍ୟରୁ ଭାରତ ବାୟୋଟେକର କରୋନା ଭ୍ୟାକସିନ୍ ଅନ୍ୟତମ । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ବା ଆଇସିଏମଆର ସହଯୋଗରେ ସ୍ୱଦେଶୀ ଟିକା କୋଭାକ୍ସିନର ବିକଶିତ କରୁଛି ଭାରତ ବାୟୋଟେକ୍ ।

କୋଭାକ୍ସିନର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ତଥ୍ୟ ସହିତ ପଶୁ ଚ୍ୟାଲେଞ୍ଜ ତଥ୍ୟ ଉପସ୍ଥାପନ କରିଥିଲା ଭାରତ ବାୟୋଟେକ୍ । ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) ତଥ୍ୟ ଉପରେ ଆଲୋଚନା କରିବା ପରେ ଏହାକୁ ମଞ୍ଜୁରୀ ମିଳିଛି ।

ଭାରତ ବାୟୋଟେକ୍ ପକ୍ଷରୁ ଆବେଦନରେ ଦର୍ଶାଇଥିଲା ଯେ, ପରୀକ୍ଷଣରେ ୧୮ ବର୍ଷରୁ ଅଧିକ ବୟସର ସାଢ଼େ ୨୮ ହଜାର ଲୋକଙ୍କୁ ସାମିଲ କରାଯିବ । ଦେଶର ୧୦ଟି ରାଜ୍ୟର ୧୯ଟି ସ୍ଥାନରେ କରାଯିବ ଟ୍ରାଏଲ୍ ।

Leave A Reply

Your email address will not be published.