Latest Odisha News

ଭର୍ତ୍ତୃହରି ମହତାବଙ୍କୁ ଲାଇଫଟାଇମ୍ ଆଚିଭମେଣ୍ଟ ଆୱାର୍ଡ

ନୂଆଦିଲ୍ଲୀ: କଟକର ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ପାଇଲେ ଲାଇଫଟାଇମ୍ ଆଚିଭମେଣ୍ଟ ଆୱାର୍ଡ। ଦିଲ୍ଲୀରେ ପ୍ରମୁଖ ଗଣମାଧ୍ୟମ ସଂସ୍ଥା ‘ଲୋକମତ’ ସଂସଦୀୟ ପୁରସ୍କାର ୨୦୨୨ର ଚତୁର୍ଥ ସଂସ୍କରଣର ପୁରସ୍କାର ବିତରଣ ଆୟୋଜନ ହୋଇଛି। ଏଥିରେ ଦେଶର ପୂର୍ବତନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଉତ୍ସବରେ ଅନେକ ସେଲିବ୍ରିଟିଙ୍କୁ ସମ୍ମାନିତ କରାଯାଇଛି। ଆଉ ଏହି ସମ୍ମାନିତ ତାଲିକାରେ ଲୋକସଭା ସଦସ୍ୟ ଭର୍ତ୍ତୁହରି ମହତାବଙ୍କୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ କରାଯାଇଛି।

୬ ଥର ସଂସଦକୁ ନିର୍ବାଚିତ ହୋଇଥିବା ଏହି ଭେଟେରାନ୍ ନେତା ତାଙ୍କ ରାଜନୈତିକ କ୍ୟାରିୟରରେ ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ତେଣୁ ଏହି ସମ୍ମାନରେ ସମ୍ମାନୀତ କରିଛି ଲୋକମତ।

୧୯୯୦, ୨୦୦୪, ୨୦୦୯, ୨୦୧୪ ଏବଂ ୨୦୧୯ ରେ ଲୋକସଭା ସଦସ୍ୟ ଭାବରେ ନିର୍ବାଚିତ ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ  ପୁତ୍ର।

ଭର୍ତ୍ତୃହରି ମହତାବଙ୍କ ବ୍ୟତୀତ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ଏଆଇଏମଆଇଏମ ଦଳର ସୁପ୍ରିମୋ ତଥା ସାଂସଦ ଅସଦୁଦ୍ଦିନ ଓବେସୀ, ଟିଏମସି ସାଂସଦ ଡେରେକ ଓବ୍ରେନ, ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟ, ଆରଜେଡି ସାଂସଦ ମନୋଜ ଝାଙ୍କୁ ସମ୍ମାନୀତ କରାଯାଇଛି।

ଉଲ୍ଲେଖଯୋଗ୍ୟ, ୨୦୧୭, ୨୦୧୮, ୨୦୧୯, ୨୦୨୦ରେ ସଂସଦ ରତ୍ନ ସମ୍ମାନରେ ସମ୍ମାନୀତ ହୋଇସାରିଛନ୍ତି କଟକର ଏହି ବିଜେଡି ସାଂସଦ। ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ପରାମର୍ଶକ୍ରମେ ଏହି ସଂସଦ ରତ୍ନ ସମ୍ମାନ ୨୦୧୦ରେ ଆରମ୍ଭ ହୋଇଥିଲେ। ସଂସଦରେ ଯେଉଁ ସାଂସଦ ମାନେ ଭଲ ପ୍ରଦର୍ଶନ କରୁଛନ୍ତି ସେମାନଙ୍କୁ ସମ୍ମାନୀତ କରିବାକୁ ଏହି ଆଓ୍ୱାର୍ଡ ଦିଆଯାଉଛି।

ସେହିପରି ଉଲ୍ଲେଖନୀୟ ଅବଦାନ ପାଇଁ Outstanding Parliamentary Award ୨୦୧୭ରେ ପାଇଥିଲେ ଭର୍ତ୍ତୃହରି। ଭାରତୀୟ ସଂସଦୀୟ ଗୋଷ୍ଠୀ ଦ୍ୱାରା ସଂସଦରେ ସାମଗ୍ରିକ ଅବଦାନ ପାଇଁ ଏହି ପୁରସ୍କାର ମିଳିଥାଏ।

 

Comments are closed.