Latest Odisha News

BREAKING NEWS

ଭୀମ ପୃଷ୍ଟି ପାଇଲେ ‘ଅକ୍ଷୟ ସାହିତ୍ୟ ସମ୍ମାନ’

ଭୁବନେଶ୍ୱର : ଓଡ଼ିଶା ସିନେକ୍ରିଟିକ ଆସୋସିଏସନ୍, ସଂସ୍କୃତି ଓ ସଂସ୍କୃତି ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମିଳିତ ସହଯୋଗରେ ଆୟୋଜିତ ସଙ୍ଗୀତ ଜଗତର କିମ୍ବଦନ୍ତୀ ବ୍ୟକ୍ତିତ୍ୱ ଅକ୍ଷୟ ମହାନ୍ତିଙ୍କ ବିଂଶତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଆୟୋଜିତ ଅକ୍ଷୟ ସଙ୍ଗୀତ ସନ୍ଧ୍ୟା କାର୍ଯ୍ୟକ୍ରମ ଅବସରରେ ବିଶିଷ୍ଟ କଥାକାର ଭୀମ ପୃଷ୍ଟିଙ୍କୁ ‘ଅକ୍ଷୟ ସାହିତ୍ୟ ସମ୍ମାନ ୨୦୨୨’ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ସୁଲତା ଦେଓ, ଦିଲ୍ଲୀପ ହାଲି, ପ୍ରଦୋଷ ପଟନIୟକ , କାଦମ୍ବିନୀର ସମ୍ପାଦିକା ଇତି ସାମନ୍ତ ପ୍ରମୁଖ ଯୋଗଦେଇ ଅକ୍ଷୟ ମହାନ୍ତିଙ୍କ ସଙ୍ଗୀତ ଯାତ୍ରାର ସ୍ମୃତି ଚାରଣ କରିଥିଲେ ।

ଶ୍ରୀ ପୃଷ୍ଟି ସମ୍ପ୍ରତି ଓଡ଼ିଆ ସାହିତ୍ୟର ଜଣେ ସୁପରିଚିତ ଲେଖକ । ପ୍ରଥମ ବହି, ହେ ମଣିଷ ମାନେ , ଅଧେ ମଣିଷ, ଗପର ହାତଗୋଡ଼, ଲଛମନିଆ, ମାନନୀୟ ଶ୍ରୀଯୁକ୍ତ , ଶ୍ରେଷ୍ଠ ଗଳ୍ପ , ମୁହାଣ , କବିତାର ଉପନ୍ୟାସ, ପ୍ରିୟନାରୀ , ସମୁଦ୍ର ମଣିଷ , ଓଁ , ପେଟ ଓ ପେଟତଳ ,୪ଉପନ୍ୟାସ, କୁଆଡ଼େ ଚାଲିଛ ରୁହ ପଞ୍ଚଭୂତ ଏବଂ ଜମ୍ବୁଲୋକ ଆଦି ପୁସ୍ତକର ସେ କାଳଜୟୀ ସ୍ରଷ୍ଟା । ନିଜର ଅନବଦ୍ୟ ସାହିତ୍ୟ ସୃଷ୍ଟି ପାଇଁ ପୂର୍ବରୁ ସେ ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର , କାଦମ୍ବିନୀ ଗଳ୍ପ ସମ୍ମାନ, ଅନ୍ୱେଷା ସାହିତ୍ୟ ସମ୍ମାନ ସହ ଆହୁରି ଅନେକ ପୁରସ୍କାର ଓ ସମ୍ମାନରେ ପୁରସ୍କୃତ ଓ ସମ୍ମାନିତ ।

Leave A Reply

Your email address will not be published.