Latest Odisha News

BREAKING NEWS

ଭୀମ ପୃଷ୍ଟି ପାଇଲେ ‘ଜଗଦୀଶ କଥା ସମ୍ମାନ’

ଭୁବନେଶ୍ୱର : ଜଗଦୀଶ ମହାନ୍ତି ଟ୍ରଷ୍ଟ ଆନୁକୂଲ୍ୟରେ ବିଶିଷ୍ଟ କଥାକାର ଜଗଦୀଶ ମହାନ୍ତିଙ୍କର ଜୟନ୍ତୀ ପାଳିତ ହୋଇଯାଇଛି।
ଏହି ଅବସରରେ ଲେଖକ ଭୀମ ପୃଷ୍ଟିଙ୍କୁ ‘ଜଗଦୀଶ କଥା ସମ୍ମାନ’ ଏବଂ ମଣିରାମ ଜେନାଙ୍କୁ ‘ଜଗଦୀଶ ଯୁବ ସମ୍ମାନ’ ପ୍ରଦାନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଗାଳ୍ପିକ ଆଦିକନ୍ଦ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଜଗଦୀଶଙ୍କ ଗପ ଚିରାଚରିତ ଶୈଳୀରୁ ସମ୍ପୂର୍ଣ୍ଣ ଭିନ୍ନ ଅଣଆନୁଷ୍ଠାନିକ ଥିଲା ବୋଲି ତାଙ୍କ ଅଭିଭାଷଣରେ ମତବ୍ୟକ୍ତ କରିଥିଲେ। ସମାଲୋଚିକା ସଂଘମିତ୍ରା ମିଶ୍ର ଅନ୍ୟତମ ଅତିଥି ଭାବରେ ଯୋଗ ଦେଇ ସ୍ୱର୍ଗତଃ ମହାନ୍ତିଙ୍କ ଗଳ୍ପକଳା ଉପରେ ଏକ ସନ୍ଦର୍ଭ ପାଠ କରିଥିଲେ ।

ଜଗଦୀଶ ମହାନ୍ତି ଟ୍ରଷ୍ଟ ଅଧ୍ୟକ୍ଷା ତଥା ଲେଖିକା ସରୋଜିନୀ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସରୋଜ ବଳ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଏବଂ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ସାରସ୍ୱତ ସଭାରେ ଗୌରହରି ଦାସ, ସୁଷମା ମିଶ୍ର, ପରେଶ ପଟ୍ଟନାୟକ, କମଳ ମହାନ୍ତି, ସୂର୍ଯ୍ୟ ମିଶ୍ର, ହୀରଣ୍ମୟୀ ମିଶ୍ର, ଗୋଲାପ ମଞ୍ଜରୀ କର , କନକ ମଞ୍ଜରୀ ସାହୁ, ସ୍ୱାଗତିକା ସ୍ବାଇଁଙ୍କ ସହିତ ଅନେକ ଲେଖକ ଲେଖିକା ଏବଂ ପ୍ରକାଶକ ଯୋଗଦେଇଥିଲେ।

Comments are closed, but trackbacks and pingbacks are open.