Latest Odisha News

ଅଗଷ୍ଟ ୧ରେ ଖୋଲିବ ଭିତରକନିକା,ପ୍ରଥମଥର ପାଇଁ ସ୍କାଏ ଓକର ମଜା ନେବେ ପର୍ଯ୍ୟଟକ

କେନ୍ଦ୍ରାପଡ଼ା; ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଅଗଷ୍ଟ ୧ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ । କୁମ୍ଭୀର ମାନଙ୍କ ପ୍ରଜନନ ଋତୁ ପାଇଁ ମେ ୧ରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୩ ମାସ ଧରି ଭିତରକନିକା ବନ୍ଦ ରହିଥିଲା ।

ପ୍ରଥମଥର ପାଇଁ ଭିତରକନିକା ଡ଼ାଙ୍ଗମାଳ ଠାରେ ନିର୍ମାଣ କରାଯାଇଛି ସ୍କାଏ ଓକ୍ ଏହାର ଲମ୍ବ ୬୦୦ ମିଟର ଥିବାବେଳେ, ଉଚ୍ଚତା ୧୫ ଫୁଟ ରହିଛି । ଏହା ସଂପୂର୍ଣ୍ଣ କାଠରେ ନିର୍ମାଣ କରାଯାଇଛି । ପର୍ଯ୍ୟଟକମାନେ ଘଞ୍ଚ ଲୁଣା ଜଙ୍ଗଲ ଉପରେ ପାଦରେ ଚାଲି ଚାଲି ପ୍ରକୃତିର ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ । ଏହା ସହ ସ୍କାଏ ଓକ୍ ମଧ୍ୟରେ ସେଭି ପଏଣ୍ଟ ନିର୍ମାଣ କରାଯାଇଛି ଯାହା ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବ ବୋଲି ଆଶା ରଖୁଛି ବନବିଭାଗ।

ତେବେ ଅଗଷ୍ଟ ୧ ତାରିଖ ଦିନ ଏହି ସ୍କାଏ ୱାକ ଉଦ୍‌‌ଘାଟନ ହେବାର କାର୍ଯ୍ୟକ୍ରମ ରହିଛି। ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରତିଥରରେ ୨୦ଜଣ ଲେଖାଏଁ ପର୍ଯ୍ୟଟକଙ୍କୁ ସ୍କାଏ ୱାକରେ ଛଡ଼ାଯିବ ବୋଲି ରାଜନଗର ବନବିଭାଗ ପକ୍ଷରୁ ଜଣାପଡ଼ିଛି।

 

Comments are closed.