Latest Odisha News

BREAKING NEWS

‘ବଧାଇ ଦୋ’ରେ ଏକାଠି ନଜର ଆସିବେ ରାଜ୍‌ ଏବଂ ଭୂମି

ନୂଆଦିଲ୍ଲୀ: ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ‘ବଧାଇ ହୋ’କୁ ଆଜି ଦୁଇ ବର୍ଷ ପୂରିଛି। ଏହି ଅବସରରେ ଅଭିନେତ୍ରୀ ଭୂମି ପେଡନେକର ନିଜ ଇନଷ୍ଟାଗ୍ରାମରେ ଚଳଚ୍ଚିତ୍ର ‘ବଧାଇ ହୋ’ର ଦ୍ୱିତୀୟ ସ୍ୱିକେଲ୍‌ ‘ବଧାଇ ଦୋ’ ସମ୍ବନ୍ଧୀୟ କିଛି ତଥ୍ୟ ପ୍ରକାଶ କରିଛନ୍ତି। ଏହା ସହିତ ସେ ରାଜକୁମାର ରାଓଙ୍କ ସହିତ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି।

ତେବେ ସୂଚନା ମୁତାବକ ଏହି ଚଳଚ୍ଚିତ୍ରର ପ୍ରସ୍ତୁତି ଚଳିତ ବର୍ଷ ଜୁନ୍ ଠାରୁ ଆରମ୍ଭ ହେବାକୁ ଥିଲା, କିନ୍ତୁ କରୋନା ଯୋଗୁ ଏହା ବନ୍ଦ ରହିଛି। ସଦ୍ୟ ସୂଚନା ଅନୁଯାୟୀ  ଏହି ଚଳଚ୍ଚିତ୍ରର ସୁଟିଙ୍ଗ୍ ଜାନୁଆରୀ ୨୦୨୧ରୁ ଆରମ୍ଭ ହେବ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ହର୍ଷବର୍ଦ୍ଧନ କୁଲ୍‌କର୍ଣ୍ଣି। ତେବେ ‘ବଧାଇ ହୋ’ ସ୍ୱିକେଲ୍‌‌ରେ ମୁଖ୍ୟ ଭୂମିକାରେ ନଜର ଆସିବେ ରାଜ କୁମାର ରାଓ ଏବଂ ଭୂମି ପେଡନେକର।

ଏଥିରେ ରାଜକୁମାର ରାଓ ଦିଲ୍ଲୀ ପୋଲିସର ଜଣେ ଅଧିକାରୀ ଭୂମିକାରେ ଅଭିନୟ କରିବେ, ଯିଏକି ମହିଳା ପୋଲିସ୍ ଷ୍ଟେସନରେ ଏକମାତ୍ର ପୋଲିସ୍ ଅଛନ୍ତି ଏବଂ ଭୂମି ଏହି ଫିଲ୍ମରେ ପିଟି ଶିକ୍ଷକଙ୍କ ଭୂମିକାରେ ନଜର ଆସିବେ। ତେବେ ଫିଲ୍ମକୁ ନେଇ ଭୁମି, ରାଜକୁମାର ଏବଂ ନିର୍ଦ୍ଦେଶକ  ବେଶ୍‌ ଉତ୍ସାହିତ ଥିବା ଜଣାପଡ଼ିଛି।

Leave A Reply

Your email address will not be published.