Latest Odisha News

୮ମାସ ସାମୟିକ ଭାବେ ବନ୍ଦ ରହିବ ଭୁବନେଶ୍ୱର ବିମାନବନ୍ଦର

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ସାମୟିକ ଭାବେ ୮ମାସ ଧରି ବନ୍ଦ ରହିବ ।

ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନାନୁଯାୟୀ, ସ୍ଥାନୀୟ ବିମାନବନ୍ଦରର ରନୱେ ଶୋଚନୀୟ ଅବସ୍ଥା ଆଡ଼କୁ ଗତି କରୁଥିବା ବେଳେ ଏହାର ମରାମତି କାର୍ଯ୍ୟ କରାଯିବାର ନିଶ୍ଚିତ ଆବଶ୍ୟକତା ରହିଛି ।

ଏୟାରପୋର୍ଟ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି ଅନୁଯାୟୀ, ଆସନ୍ତା ନମେମ୍ବର ୧ରୁ ୨୦୨୦ ମାର୍ଚ୍ଚ ୩୧ ତାରିଖ ଯାଏଁ ରାତି ୧୦ଟାରୁ ସକାଳ ୫ଟା ୩୦ ପର୍ଯ୍ୟନ୍ତ ବନ୍ଦ ରହିବ । ସେହିପରି ଭାବେ ଏପ୍ରିଲ୍ ୧ତାରିଖ ୨୦୨୦ରୁ ଜୁନ ମାସ ୩୦ ପର୍ଯ୍ୟନ୍ତ ପୂର୍ବାହ୍ନ ୧୦ଟା ୩୦ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବିମାନବନ୍ଦର ବନ୍ଦ ରହିବ ।

ଭୁବନେଶ୍ୱରସ୍ଥିତ ‘ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର’ରେ ୨୦୦୭ରେ ଏହିପରି ରନୱେ ମରାମତି କାର୍ଯ୍ୟ ହୋଇଥିଲା ।

ଗଣମାଧ୍ୟମକୁ ସୂଚନାଦେଇ ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା କହିଛନ୍ତି, ଏୟାରପୋର୍ଟର ଏହି ବନ୍ଦ ସୂଚୀ ଅନୁଯାୟୀ ଏୟାରଲାଇନ୍ସ ଗୁଡ଼ିକ ସେମାନଙ୍କ ବିମାନ ଚଳାଚଳ କରିବେ ।

ବର୍ତ୍ତମାନ ଏହି ବିମାନବନ୍ଦର ଦେଇ ୩୯ଟି ବିମାନ ଚଳାଚଳ କରୁଥିବା ସୂଚନା ମିଳିଛି ।

Comments are closed.