Latest Odisha News

BREAKING NEWS

ଆସନ୍ତା ୨୦ରୁ ଅଗଷ୍ଟ ପହିଲା ଯାଏଁ ବଲାଙ୍ଗିର ଓ କେନ୍ଦୁଝରକୁ ଟ୍ରେନ୍ ବାତିଲ

ଭୁବନେଶ୍ବର : ଭୁବନେଶ୍ବରରୁ ବଲାଙ୍ଗିର ଓ କେନ୍ଦୁଝରକୁ ବାତିଲ ହେବ ଟ୍ରେନ୍ । ଆସନ୍ତ ୨୦ ତାରଖରୁ ଅଗଷ୍ଟ ପହିଲା ପର୍ଯ୍ୟନ୍ତ ଟ୍ରେନ୍ ସେବା ବାତିଲ ରହିବ । ଏନେଇ ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ।

ଭୁବନେଶ୍ବର-ବଲାଙ୍ଗିର-ଭୁବନେଶ୍ବର ସ୍ପେଶାଲ ଏବଂ ଭୁବନେଶ୍ବର-କେନ୍ଦୁଝରଗଡ଼-ଭୁବନେଶ୍ବର ସ୍ପେଶାଲ ଟ୍ରେନ ଗୁଡିକରେ କାମ ପୃଷ୍ଠପୋଷକତାକୁ ଦୃଷ୍ଟିରେ ରଖି ଜୁଲାଇ ୨୦ ତାରିଖରୁ ଅଗଷ୍ଟ ପହିଲା ପର୍ଯ୍ୟନ୍ତ ଟ୍ରେନ୍ ସେବା ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି । ୦୮୪୯୩/୦୮୪୯୪ ଭୁବନେଶ୍ବର-ବଲାଙ୍ଗିର-ଭୁବନେଶ୍ବର ସ୍ପେଶାଲ ଏବଂ ୦୮୪୫୬/୦୮୪୫୫ ଭୁବନେଶ୍ବର-କେନ୍ଦୁଝରଗଡ଼-ଭୁବନେଶ୍ବର ସ୍ପେଶାଲ ଟ୍ରେନ୍ ବାତିଲ ରହିବ ।

Leave A Reply

Your email address will not be published.