Latest Odisha News

BREAKING NEWS

ପ୍ରତିଦିନ ଚଳାଚଳ କରିବ ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟରସିଟି ସ୍ୱତନ୍ତ୍ର ଏକ୍ସପ୍ରେସ

ଭୁବନେଶ୍ୱର: ଆସନ୍ତା କାଲିଠାରୁ ସପ୍ତାହରେ ପାଞ୍ଚଦିନ ପରିବର୍ତ୍ତେ ୦୮୪୯୩/୦୮୪୯୪ ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟର ସିଟି ସ୍ୱତନ୍ତ୍ର ଏକ୍ସପ୍ରେସ ପ୍ରତିଦିନ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଏହି ଟ୍ରେନ ଭୁବନେଶ୍ୱରରୁ ସକାଳ ୬ଘ.୩୦ମି.ରେ ଛାଡୁଥିବା ବେଳେ ବଲାଙ୍ଗୀର ଠାରୁ ଅପରାହ୍ନ ୨ଘ.୪୫ମି.ରେ ଛାଡି ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ।

ଏହି ଟ୍ରେନ ଭୁବନେଶ୍ୱର ଓ ବଲାଙ୍ଗୀର ମଧ୍ୟରେ ମଞ୍ଚେଶ୍ୱର, ନରାଜ ମାର୍ଥାପୁର, ଢେଙ୍କାନାଳ, ମେରାମଣ୍ଡଳୀ, ତାଳଚେର ରୋଡ଼, ଅନୁଗୁଳ, ବଇଣ୍ଡା, ବେମୁର, ରେଢ଼ାଖୋଲ, ସମ୍ବଲପୁର, ହୀରାକୁଦ, ବରଗଡ଼ ରୋଡ଼, ବରପାଲି ଏବଂ ଲୋଇଶିଙ୍ଗା ଠାରେ ଉଭୟ ଦିଗରୁ ରହଣି କରିବ ବୋଲି ସୂଚନା ମିଳିଛି।

Comments are closed.