Latest Odisha News

BREAKING NEWS

ଭାରସାମ୍ୟ ହରାଇ ଓଲଟି ପଡିଲା ଯାତ୍ରୀବାହୀ ବସ୍; ୨୫ ଆହତ

ଫୁଲବାଣୀ: ଭାରସାମ୍ୟ ହରାଇ ଓଲଟିପଡ଼ିଲା ଯାତ୍ରୀବାହୀ ବସ୍।

ସୂଚନାନୁସାରେ,କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ଗଡ଼ିଆପଡ଼ା ସ୍କୁଲ୍‌ ନିକଟରେ ଗୁରୁବାର ରାତି ପ୍ରାୟ ୧୨ ଟା ପାଖାପାଖି ଏକ ଘରୋଇ ଯାତ୍ରୀବାହୀ ବସ୍ ‘ରାଜା’ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ପାଖାପାଖି ହେବାରୁ ୨୫ ଜଣ ଯାତ୍ରୀ ଆହତ ହୋଇଛନ୍ତି।

ଟିକିବାଲିରୁ ଭୁବନେଶ୍ୱର ଯାଉଥିବା ଏହି ବସ୍ ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ସୂଚନା ପାଇ ପାଇ ଖଜୁରିପଡ଼ା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରିଛନ୍ତି।

ଆହତ ଯାତ୍ରୀମାନଙ୍କୁ ପ୍ରଥମେ ଖଜୁରିପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ପରେ ସେମାନଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

Comments are closed.