Latest Odisha News

BREAKING NEWS

ବଢ଼ିଲା ସୂର୍ଯ୍ୟନଗର ଅଂଚଳର ଅବରୋଧ ପରିସୀମା

ଭୁବନେଶ୍ୱର: ବଢ଼ିଲା ଭୁବନେଶ୍ୱର ସୂର୍ଯ୍ୟନଗର ଅଂଚଳର ଅବରୋଧ ପରିସୀମା । ମଙ୍ଗଳବାର ବିଏମ୍‌ସି ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ଅତିରିକ୍ତ ଅଂଚଳକୁ କଣ୍ଟେନମେଣ୍ଟ ଜୋନ୍‌ରେ ସାମିଲ କରାଯାଇଛି । ଏନେଇ ବିଏମ୍‌ସି ପକ୍ଷରୁ ପୂରୁଣା ଅବରୋଧ ଅଂଚଳ ସହ ନୂଆ କରି ସାମିଲ ହୋଇଥିବା ଅଂଚଳର ଏକ ମ୍ୟାପ ମଧ୍ୟ ଜାରି କରାଯାଇଛି ।
ପୂର୍ବରୁ ଘୋଷଣା ହୋଇଥିବା କଣ୍ଟେନମେଣ୍ଟ ଜୋନ୍ ସହ ଏନ୍‌ସିସି ଅଫିସରୁ ଏନ୍‌ପିସି ଅଫିସ ସହ ମୁମତାଜ ଅଲ୍ଲି ରାସ୍ତା, ଏସ୍‌ପିସି ଅଫିସରୁ ସୂର୍ଯ୍ୟନଗର କମ୍ପେ୍ଳକ୍ସ ଏବଂ ସୂର୍ଯ୍ୟ କମ୍ପେ୍ଳକ୍ସେରୁ ଏସ୍‌ସିସି ଅଫିସ୍ ସାମିଲ ହୋଇଛି । ଆଗାମୀ ୭ ଦିନ ଯାଏଁ ସୂର୍ଯ୍ୟନଗର ଅଂଚଳରେ କଟକଣା ଜାରି ରହିବ ।

Leave A Reply

Your email address will not be published.