Latest Odisha News

ଦୁଲୁକିଲା ରାଜଧାନୀ ରାଜରାସ୍ତା, ଆରମ୍ଭ ହେଲା ପଥ ଉତ୍ସବ

ଭୁବନେଶ୍ଵର: ବ୍ୟସ୍ତ ବହୁଳ ଜୀବନ ଭିତରେ ସହରିଆଙ୍କ ଶରୀରକୁ ଟିକିଏ ଫୁର୍ତ୍ତି ଓ ମନକୁ ଟିକେ ପ୍ରଫୁଲ୍ଲିତ ରଖିବା ପାଇଁ ଚଳିତ ବର୍ଷର ପ୍ରଥମ ତଥା ୧୮ତମ ପଥ ଉତ୍ସବ ଆରମ୍ଭ ହୋଇଛି । ବିଏମ୍‌ସି ପକ୍ଷରୁ ଆଜି ରାହାଗିରି ବା ପାଥୋତ୍ସବର ଉଦଘାଟନୀ ସମାରୋହ ଅନୁଷ୍ଠିତ ଦୋଇଛି । ପ୍ରଥମ ଦିନରେ ଶୀତ ସତ୍ତ୍ଵେ ବି ପ୍ରବଳ ଜନ ସମାଗମ ହୋଇଥିଲା । ଶିଶୁଙ୍କଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଏହି କାର୍ଯ୍ୟକ୍ରମରେ ସାମିଲ ଦୋଇଥିଲେ । ବଲିଉଡ୍ କଳାକାରଙ୍କ ଗୀତରେ ଝୁମିଛନ୍ତି ରାଜଧାନୀବାସୀ।

ଭୁବନେଶ୍ବରରେ ଆରମ୍ଭ ହୋଇଯାଇଛି ପଥୋତ୍ସବ । ଏହି ପଥୋତ୍ସବରେ ବିଭିନ୍ନ ପ୍ରତିଭାର ପଦର୍ଶନରେ ଦୁଲୁକିଛି ମଞ୍ଚ । ରାଜଧାନୀବାସୀ ଝୁମିବା ସହ ସୁସ୍ଥ ରହିବା ପାଇଁ କରିଥିଲେ ବ୍ୟାୟାମ । ବିଶେଷ ଭାବେ ପଥୋତ୍ସବରେ ରାଜଧାନୀର ବିଭିନ୍ନ ବର୍ଗର ଲୋକେ ସାମିଲ ହୋଇଥିବା ବେଳେ ଖୋଲା ମଞ୍ଚରେ ଲୁଚି ରହିଥିବା କଳା ଓ ନୈପୁଣତାର ପଦର୍ଶନ କରିଥିଲେ । ଏଭଳି ଭାବରେ ରାଜଧାନୀବାସୀ ରବିବାରର ଶୀତୁଆ ସକାଳର ଫୁର୍ତ୍ତି ଏଥର ରାହାଗିରିରେ ମନାଇ ବେଶ ଖୁସି ଅନୁଭବ କରିଥିଲେ । ଏହା ସକାଳ ୬ ଟାରୁ ଦିନ ୧୦ ତା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିଥିଲା । ଗୀତ, ନାଚ, ଖେଳକୁଦରେ ମତୁଆଲ୍ଲା ହୋଇଥିଲେ ରାଜଧାନୀବାସିନ୍ଦା ।

ମାଷ୍ଟର କ୍ୟାଣ୍ଟିନ ଠାରୁ ରାମ ମନ୍ଦିର ପର୍ୟ୍ୟନ୍ତ ଜନପଥରେ ଜମିଛି ନୃତ୍ୟ ଗୀତର ଆସର । ଏହି ପଥ ଉତ୍ସବରେ ରାଜଧାନୀର ପଥ ପ୍ରାନ୍ତରେ ଗୀତ, ନୃତ୍ୟ, ଝୋଟି, ଯୋଗ, ସ୍କେଟିଂ, ସାଇକେଲିଂ, ବାସ୍କେଟ ବଲ, ଲୁଡ଼ୁ, କୁଇଜ୍‌ କମ୍ପିଟେସନ, ରଙ୍ଗୋଲୀ, ମ୍ୟାଜିକ୍ ସୋ, କ୍ଲେ ଆର୍ଟଭଳି କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା । ଯେଉଁଥିରେ ପ୍ରଥମ ଥର ପାଇଁ ଆସିଥିବା ସ୍କେଟିଂରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ମଲଖମ୍ଭ ନୃତ୍ୟ ଲୋକଙ୍କୁ ବେଶ ଆକର୍ଷିତ କରିଥିଲା ।

ସେପଟେ କଟକରେ ମଧ୍ୟ ଆୟୋଜିତ ହେଉଛି ପଥୋତ୍ସବ। ଫିଟ୍ ନେସ୍ ଅଧିବେଶନ, ସାଂସ୍କୃତିକ ପରିବେଷଣ, କଳା ପ୍ରଦର୍ଶନ ଓ ଖାଦ୍ୟ ଷ୍ଟଲ ସମେତ ବିଭିନ୍ନ ଆକର୍ଷଣରେ ଅଂଶଗ୍ରହଣ କରିବାକୁ ଆଗ୍ରହୀ ହଜାର ହଜାର ପ୍ରତିଯୋଗୀ ପଥ ଉତ୍ସବରେ ସାମିଲ ହୋଇଛନ୍ତି । ଫିଟ୍ ନେସ୍ ଅଧିବେଶନ, ସାଂସ୍କୃତିକ ପରିବେଷଣ, କଳା ପ୍ରଦର୍ଶନ ଓ ଖାଦ୍ୟ ଷ୍ଟଲ ସମେତ ବିଭିନ୍ନ ଆକର୍ଷଣରେ ଅଂଶଗ୍ରହଣ କରିବାକୁ ଆଗ୍ରହୀ ହଜାର ହଜାର ପ୍ରତିଯୋଗୀ ଙ୍କୁ ପଥ ଉତ୍ସବରେ ସାମିଲ ହୋଇଛନ୍ତି ।

Leave A Reply

Your email address will not be published.