Latest Odisha News

BREAKING NEWS

କ୍ୟାଡର ପରିବର୍ତ୍ତନ କରିବାକୁ ଡିସିପି ସୌମ୍ୟା ମିଶ୍ରଙ୍କ ଚିଠି

ଭୁବନେଶ୍ୱର: ଓଡିଶା ବଦଳରେ ପଂଜାବ କ୍ୟାଡର କରିବାକୁ ପୋଲିସ ଡିଜିଙ୍କ ନିକଟକୁ ଚିଠି ଲେଖିଛନ୍ତି କମିଶନରେଟ୍ ପୋଲିସ ଟ୍ରାଫିକ ଡିସିପି ସୌମ୍ୟା ମିଶ୍ର । ଚିଠିରେ ସୌମ୍ୟା ମିଶ୍ର ଦର୍ଶାଇଛନ୍ତି ଯେ, ତାଙ୍କ ସ୍ୱାମୀ ଦୀପକ ପାରିକ ପଂଜାବ କ୍ୟାଡରର ଆଇପିଏସ୍ ଏବଂ ସେ ବର୍ତ୍ତମାନ ଲୁଧିଆନାରେ ଅତିରିକ୍ତ ଡିସିପି-୧ ଭାବେ କାର୍ଯ୍ୟରତ । ତେଣୁ ତାଙ୍କ କ୍ୟାଡରକୁ ଓଡିଶା ବଦଳରେ ପଂଜାବ କ୍ୟାଡରକୁ ପରିବର୍ତ୍ତନ କରାଯାଉ । ଚିଠି ସହ ନିଜ ଆବେଦନରେ ସେ ତାଙ୍କ ବିବାହ ସାର୍ଟିଫିକେଟ୍‌ର କପି ମଧ୍ୟ ପ୍ରଦାନ କରିଛନ୍ତି ।

ବର୍ତ୍ତମାନ କମିଶନରେଟ୍ ପୋଲିସ ଟ୍ରାଫିକ ଡିସିପି ଦାୟିତ୍ୱରେ ଅଛନ୍ତି ଆଇପିଏସ୍ ସୌମ୍ୟା ମିଶ୍ର । ଭାରତୀୟ ସେବା ଅଧିନିୟମ ଅନୁଯାୟୀ ବିବାହିତ ଆଇଏଏସ ଏବଂ ଆଇପିଏସ୍ ଅଫିସରଙ୍କୁ ଗୋଟିଏ ରାଜ୍ୟର କ୍ୟାଡର ସୁବିଧା ମିଳିପାରିବ । ତେବେ ଏଥିପାଇଁ ଉଭୟଙ୍କ ମଧ୍ୟରୁ ଜଣଙ୍କର ବି ତାହା ହୋମ୍ ଷ୍ଟେଟ୍ ହୋଇନଥିବା ଜରୁରୀ।

ସୌମ୍ୟାଙ୍କ ଘର ଉତ୍ତର ପ୍ରଦେଶରେ ଏବଂ ତାଙ୍କ ସ୍ୱାମୀ ଦୀପକ ପାରିକଙ୍କ ଘର ରାଜସ୍ଥାନ । ସୌମ୍ୟା ଓ ଦୀପକ ଉଭୟ ୨୦୧୪ ବ୍ୟାଚର ଆଇପିଏସ ହୋଇଥିବା ବେଳେ ୨୦୧୫ ନଭେମ୍ବର ୨୨ ତାରିଖରେ ବିବାହ କରିଥିଲେ ।

Leave A Reply

Your email address will not be published.