Latest Odisha News

BREAKING NEWS

ଭୁବନେଶ୍ବର କଳିଙ୍ଗନଗର ଡବଲ ମର୍ଡର ଘଟଣା, ସେୟାର ମାର୍କେଟରେ କ୍ଷତି ଯୋଗୁଁ ସ୍ତ୍ରୀ ଓ ପୁଅକୁ ହତ୍ୟା

ଭୁବନେଶ୍ବର : ଭୁବନେଶ୍ବର କଳିଙ୍ଗନଗର ଡବଲ ମର୍ଡର ଘଟଣାର ପର୍ଦ୍ଦାଫାସ କରିଛି କମିଶନରେଟ୍ ପୋଲିସ । ଦେବାଳିଆ କାରଣରୁ ପ୍ରଥମେ ସ୍ତ୍ରୀ ଓ ପରେ ପୁଅକୁ ହତ୍ୟା କରିଛି ଅଭିଯୁକ୍ତ ଅବନ୍ତି ମଙ୍ଗରାଜ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ । ହତ୍ୟା କରିବା ପାଇଁ ଅଭିଯୁକ୍ତ ତିନି ଦିନ ଧରି ଯୋଜନା କରୁଥିଲା । ଓଢ଼ଣୀରେ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କରିବା ପରେ ପୁଅକୁ ମାରିଥିଲା ଅଭିଯୁକ୍ତ ଅବନ୍ତି ।

ଅନ୍ୟପଟେ ଏହି ଘଟଣାକୁ ନେଇ ଅବନ୍ତିଙ୍କ ଶଳା ସୁମନ୍ତ ପ୍ରଧାନ ଦେଇଛନ୍ତି ଚାଞ୍ଚଲ୍ୟକର ତଥ୍ୟ । ଦେଢ଼ ବର୍ଷ ପୂର୍ବରୁ ସେୟାର ମାର୍କେଟରେ ଟଙ୍କା ଲଗାଇବାକୁ ୩ ଲକ୍ଷ ଟଙ୍କା ନେଇଥିଲେ ଅବନ୍ତି । ଏପରିକି ଅନ୍ୟମାନଙ୍କ ଠାରୁ ମଧ୍ୟ ଟଙ୍କା ନେଇଥିଲେ । ତେବେ ସେୟାର ମାର୍କେଟରେ ଟଙ୍କା ଲଗାଇବାକୁ ସୁମନ୍ତ ମନା କରିଥିଲେ ବୋଲି କହିଛନ୍ତି । ସେହିପରି ପନ୍ତ୍ରୀ ଓ ପୁଅକୁ ହତ୍ୟା କରିବା ପରେ ଅଭିଯୁକ୍ତ ଅବନ୍ତି ଶଳା ସୁମନ୍ତଙ୍କୁ ମେସେଜ୍ କରିଥିଲେ । ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଭଲ ସମ୍ପର୍କ ଥିବା ବେଳେ, ସେୟାର ମାର୍କେଟରେ କ୍ଷତି ହତ୍ୟାର କାରଣ ବୋଲି କହିଛନ୍ତି ସୁମନ୍ତ ।

Leave A Reply

Your email address will not be published.