Latest Odisha News

BREAKING NEWS

ଖଣ୍ଡଗିରିରେ ନାବାଳକକୁ ହତ୍ୟା ଘଟଣା: ‘ନିଶା ନୁହେଁ ପୂର୍ବ ଶତ୍ରୁତାରୁ ହତ୍ୟା’

ଭୁୁବନେଶ୍ୱର: ଭୁବନେଶ୍ୱର ଖଣ୍ଡଗିରି ଛକ ଭରତପୁରରେ ଜଣେ ନାବାଳକକୁ ନିଶା ପାଇଁ ଗତକାଲି ହତ୍ୟା କରାଯାଇଥିଲା । ଏହି ଘଟଣା ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ଡିସିପି ଉମା ଶଙ୍କର ଦାସ । ନିଶା ନୁହେଁ ପୂର୍ବ ଶତ୍ରୁତାରୁ ହତ୍ୟା ହୋଇଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଡ୍ରଗ୍ସ କଥା ସାମ୍ନା କୁ ଅସିନି । ସେ ଦିଗରେ ତଦନ୍ତ ଚାଲିଛି ବୋଲି ଡିସିପି କହିଛନ୍ତି ।

ହତ୍ୟା ଘଟଣାରେ ୪ ଜଣଙ୍କ ସମ୍ପୃକ୍ତି ରହିଛି । ଜଣେ ନାବାଳକ, ଅନ୍ୟ ୩ଜଣକୁ ଗିରଫ କରାଯାଇ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଗିରଫ ୪ ଅଭିଯୁକ୍ତ ହେଲେ ପପୁ ଦାସ, ଦାସ ପ୍ରଧାନ, ଶିବ ଦାସ ଓ ରଂଜନ ଦାସ । ଏ ସମସ୍ତେ ଭରତପୁର ପଂଚଳରେ ରୁହନ୍ତି କିନ୍ତୁ ଏମାନଙ୍କ ଘର ଗଂଜାମ ବୋଲି ଜଣପାଡିଛି । ସେପଟେ ଏହି ଘଟଣା ମୁଖ୍ୟ ଅଭିଯୁକ୍ତ ମହାରଣା ଫେରାର ଅଛି ।

Leave A Reply

Your email address will not be published.