ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଅପିଲ ପରେ ସମୂହ ‘ବନ୍ଦେ ଉତ୍କଳ ଜନନୀ’ ଗାନ ନେଇ ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି। କମିଶନରେଟ୍ ପୋଲିସ ପକ୍ଷରୁ ମଧ୍ୟ ଏନେଇ ପ୍ରସ୍ତୁତି ହୋଇଛି । ସମୂହ ସଙ୍ଗୀତ ଗାନ କାର୍ୟ୍ୟକ୍ରମ ଆରମ୍ଭର ୫ ମିନିଟ ପୂର୍ବରୁ ଟ୍ରାଫିକ୍ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । ରାସ୍ତାରେ ଯାତାୟାତ କରୁଥିବା ଲୋକଙ୍କୁ ମଧ୍ୟ ସଙ୍ଗୀତ ଗାନ କାର୍ୟ୍ୟକ୍ରମରେ ସାମିଲ କରିବା ଉଦ୍ଦେଶ୍ୟରେ ଏଭଳି ନିଷ୍ପତ୍ତି ହୋଇଛି ।
As we all sing #VandeUtkalJanani across d city to honour #CovidWarriors, traffic will be stopped 5 mins before scheduled time at 5:30pm. All’re requested to stop n come out n join the chorus. Pl place ur vehicles in orderly manner n keep the left lane free for emergency movement.
— DCP Bhubaneswar (@dcpbbsr) May 30, 2020
ରାସ୍ତାରେ ଯାଆ ଆସ କରୁଥିବା ଲୋକେ ସଠିକ୍ ସ୍ଥାନରେ ଗାଡ଼ି ରହି ସମୂହ ସଙ୍ଗୀତ ଗାନ ନେଇ ପ୍ରସ୍ତୁତ ରହିବେ । ଜରୁରୀକଳୀନ ସେବାରେ ଥିବା ଗାଡ଼ି ଯାଆ ଆସ କରିବା ପାଇଁ ରାସ୍ତାର ବାମ ପାର୍ଶରେ ଜାଗା ଛାଡ଼ିବା ପାଇଁ ଟ୍ୱିଟ୍ ଯୋଗେ ଭୁବନେଶ୍ୱର ଡିସିପିଙ୍କ ପକ୍ଷରୁ ସୂଚିତ କରାଯାଇଛି । ଏଥିସହିତ ସମସ୍ତଙ୍କୁ ଯାତାୟାତ ସମୟରେ ଗାଡ଼ି ରଖି ସମୂହ ଗାନରେ ସାମିଲ ହେବା ପାଇଁ ଭୁବନେଶ୍ୱର ଡିସିପି ପକ୍ଷରୁ ଅନୁରୋଧ କରାଯାଇଛି। ରାଜଧାନୀର କଳିଙ୍ଗ ଷ୍ଟାଡିୟମ୍ରେ ମଧ୍ୟ ସମୂହ ଗାନ ନେଇ ବ୍ୟାପକ ଆୟୋଜନ ହୋଇଛି ।
Comments are closed.