Latest Odisha News

ପ୍ରବଳ ବର୍ଷାରେ ଭିଜିଲା ଭୁବନେଶ୍ୱର; ତାତିରୁ ମିଳିଲା ଆଶ୍ୱସ୍ତି

ଭୁବନେଶ୍ୱର: ରାଜଧାନୀରେ ଛେଚିଲା ବର୍ଷା । କିଛି ଘଣ୍ଟା ଧରି ପ୍ରବଳ ବର୍ଷିଲା । ସାରା ସହରକୁ ମିଳିଲା ଗରମରୁ ଆଶ୍ୱସ୍ତି । ରାଜ୍ୟରେ ଆରମ୍ଭ ହୋଇ ଯାଇଛି ପ୍ରାକ ମୌସୁମୀ ବର୍ଷା । ରାଜଧାନୀ ଭୁବନେଶ୍ୱର ସମେତ କଟକର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ହୋଇଯାଇଛି । ଏଥିସହିତ ଆଗାମୀ ୩ ଘଣ୍ଟା ପାଇଁ ୧୧ ଜିଲ୍ଲାରୁ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

ଭୁବନେଶ୍ୱରର ବିଭିନ୍ନ ସ୍ଥାନ ଭୁବନେଶ୍ୱରର ରାଜମହଲ, ସୁନ୍ଦରପଦା, ପୁରୁଣା ଭୁବନେଶ୍ୱର ଆଦି ଅଞ୍ଚଳରେ ବର୍ଷା ହୋଇଥିବା ସୂଚନା ମିଳିଛି । କିଛି ଘଣ୍ଟା ଧରି ବର୍ଷା ଲାଗି ରହିବା ଯୋଗୁ ଜନଜୀବନ ପ୍ରଭାବିତ ହୋଇଛି । ସେପଟେ ମୌସୁମୀ ଲାଗି ପାଗ ଅନୁକୂଳ ରହିଥିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ। ଭୁବନେଶ୍ୱରର ରାଜମହଲ, ସୁନ୍ଦରପଦା, ପୁରୁଣା ଭୁବନେଶ୍ୱର ଆଦି ଅଞ୍ଚଳରେ ବର୍ଷା ହୋଇଥିବା ସୂଚନା ମିଳିଛି ।

ଆଜି ଦିନ ୧୧ ଟା ୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱର ରେ ରେ ୫୯.୮ ମିମି ବର୍ଷା ରେକର୍ଡ କରାଯାଇଛି । କିଛି ଘଣ୍ଟା ଧରି ବର୍ଷା ଲାଗି ରହିବା ଯୋଗୁ ଜନଜୀବନ ପ୍ରଭାବିତ ହୋଇଛି । ସେପଟେ ମୌସୁମୀ ଲାଗି ପାଗ ଅନୁକୂଳ ରହିଥିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ।

ଏଥିସହିତ ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ରାୟଗଡ଼ା, ଗଜପତି, ଗଞ୍ଜାମ, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ଆସନ୍ତା ୩ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବାରୁ  ଆଲର୍ଟ ଜାରି କରାଯାଇଛି । ଏଠାରେ ବର୍ଷା ସହ ବିଜୁଳି ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି । ଏହି ସମୟରେ ସତର୍କ ରହିବା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

 ଯାହା ବି ହେଉ, ଆଜିର ବର୍ଷା ପରେ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି ।

Comments are closed.