Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ବସି ଚନ୍ଦ୍ରଯାନ ଲ୍ୟାଣ୍ଡିଂ ଦେଖିବେ ଓଡ଼ିଶାର ଏହି ଦୁଇ ଛାତ୍ରଛାତ୍ରୀ, ଜାଣନ୍ତୁ ସେମାନେ କିଏ !

ଭୁବନେଶ୍ୱର: ଭୁବନେଶ୍ୱରର ଜଣେ ନବମ ଶ୍ରେଣୀର ଛାତ୍ରୀ ସରନ୍ୟା ନନ୍ଦ ଏବଂ ଝାରସୁଗୁଡ଼ାର ଅଷ୍ଟମ ଶ୍ରେଣୀର ଛାତ୍ର ଚିନ୍ମୟ ଚୌଧୁରୀ ଚନ୍ଦ୍ରପୃଷ୍ଠରେ ଚାନ୍ଦ୍ରାୟଣ – ୨ ଅବତରଣ କରିବାର ଦୃଶ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ସେପ୍ଟେମ୍ବର ୭ ତାରିଖରେ ଦେଖିବେ ବୋଲି ସୂଚନା ମିଳିଛି ।

ସରନ୍ୟା ଭୁବନେଶ୍ୱରସ୍ଥିତ ଚନ୍ଦ୍ରଶେଖରପୁର ଡ଼ିଏଭି ପବ୍ଲିକ ସ୍କୁଲର ଛାତ୍ରୀ । ଏନେଇ ସ୍କୁଲର ପ୍ରିନସିପାଲ୍ କେଶବ ଚନ୍ଦ୍ର ଶତପଥୀଙ୍କ ଅନ୍ୟ ଶିକ୍ଷକମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ସେହିପରି ଚିନ୍ମୟ ହେଉଛନ୍ତି ଝାରସୁଗୁଡ଼ା ଡ଼ିଏଭି ପବ୍ଲିକ ସ୍କୁଲର ଛାତ୍ର । ସେ ଝାରସୁଗୁଡ଼ା ଜିଲ୍ଲା ବନ୍ଧବାହାଲ ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି ।

“ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ ଲ୍ୟାଣ୍ଡିଂ କରିବାର ଦୃଶ୍ୟ ଦେଖିବାର ସୁଯୋଗ ପାଇଥିବାରୁ ବେଶ୍ ଆନନ୍ଦିତ । ମୁଁ ମଧ୍ୟ ଏହି ସମୟରେ ଅନେକ ବୈଜ୍ଞାନିକମାନଙ୍କ ସହିତ ଏସମ୍ପର୍କରେ କଥାବାର୍ତ୍ତା କରିପାରିବି ବୋଲି ଜାଣି ବେଶ୍ ଖୁସି । ଇଣ୍ଟରନେଟ ଦ୍ୱାରା ଏଥିଲାଗି ଏକ ପରୀକ୍ଷା ହୋଇଥିଲା ଏବଂ ଏଥିରେ ମୁଁ କୃତକାର୍ଯ୍ୟ କରିଥିବାରୁ ଏହି ସୁଯୋଗ ମୋତେ ମିଳିପାରିଛି । ଏଥିଲାଗି ମୋ ବାପା, ମାଙ୍କ ସମେତ ମୋର ସମସ୍ତ ଶିକ୍ଷକମାନେ ଅନେକ ସାହାଯ୍ୟ କରିଥିବାରୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି,” ବୋଲି ଚିନ୍ମୟ କହିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ବସି ଏହି କାର୍ଯ୍ୟକ୍ରମ ଦେଖିବା ଲାଗି ସମଗ୍ର ଦେଶରୁ ମୋଟ ୬୦ ଜଣ ଛାତ୍ରଛାତ୍ରୀ ସୁଯୋଗ ପାଇପାରିଛନ୍ତି । ଏହି ସମସ୍ତ ଛାତ୍ରଛାତ୍ରୀମାନେ ସ୍ପେସ୍ କ୍ୱିଜରେ କୃତିତ୍ୱ ହାସଲ କରିବା ପରେ ଏହି ସୁଯୋଗ ହାସଲ କରିପାରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ଏହି ସମସ୍ତ ଛାତ୍ରଛାତ୍ରୀ ବେଙ୍ଗାଲୁରୁସ୍ଥିତ ‘ଇଣ୍ଡିଆନ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ’ର ମୁଖ୍ୟ କାର୍ଯ୍ୟାଳୟଠାରେ ଏହି ଚନ୍ଦ୍ରପୃଷ୍ଠରେ ଅବତରଣ କାର୍ଯ୍ୟକ୍ରମ ଦେଖିପାରିବେ ।

Leave A Reply

Your email address will not be published.