Latest Odisha News

ଭୁବନେଶ୍ବର ପ୍ରଥମ ୱାଟର ପ୍ଲସ୍ ସିଟି ଓ ଆବର୍ଜନାମୁକ୍ତ ସହର ଭାବେ ପୁରସ୍କୃତ

ଭୁବନେଶ୍ୱର: ନୂଆଦିଲ୍ଲୀରେ କେନ୍ଦ୍ର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଜେତାମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ‘ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର ୨୦୨୩’ ପ୍ରଦାନ କରାଯାଇଛି। ‘ସ୍ୱଚ୍ଛ ସର୍ବେକ୍ଷଣ’ରେ ଭୁବନେଶ୍ୱର ୩୪ତମ ସ୍ଥାନରେ ରହିଛି।

BjdElectrycity

କିନ୍ତୁ ଭୁବନେଶ୍ବର ମହାନଗର ନିଗମ ସ୍ୱଚ୍ଛ ସିଟି ପୁରସ୍କାର ଓ ପ୍ରଥମ ୱାଟର ପ୍ଲସ୍ ପୁରସ୍କାର ପାଇଛି। ବିଏମସି ମେୟର ସୁଲୋଚନା ଦାସ ଏହାକୁ ନେଇ ଖୁସି ଜାହିର କରିଛନ୍ତି। ଭୁବନେଶ୍ୱର ‘ସ୍ୱଚ୍ଛ ସର୍ବେକ୍ଷଣ’ ପୁରସ୍କାର ପାଇଛି।

ଗତବର୍ଷ ସ୍ୱଚ୍ଛ ସର୍ବେକ୍ଷଣରେ ଭୁବନେଶ୍ୱର ୮୦ତମ ସ୍ଥାନରେ ଥିବା ବେଳେ ଚଳିତ ବର୍ଷ ଏହାର ସ୍ଥାନ ୩୪ତମ ରହିଛି। ଏହା ଖୁସିର ବିଷୟ । ଏହାବ୍ୟତୀତ ଭୁବନେଶ୍ବର ପ୍ରଥମ ୱାଟର ପ୍ଲସ୍ ସିଟି ଓ ଆବର୍ଜନାମୁକ୍ତ ସହର ଭାବେ ପୁରସ୍କୃତ ହୋଇଛି।

ତେବେ ସହର ସାରା ଆବର୍ଜନାକୁ ନେଇ ଚାରିଆଡେ ଗନ୍ଧଉଥିବା ବେଳେ ଏହି ପୁରସ୍କାରକୁ ନେଇ ବିଭିନ୍ନ ମହଲରେ ଭିନ୍ନ ମତାମତ ପ୍ରକାଶ ପାଇଛି। ବାରମ୍ବାର ଅଳିଆ ସଫା ହେଉନଥିବା ବେଳେ ଅନେକ ସ୍ଥାନରେ ଅଳିଆ ଆବର୍ଜନାରୁ ଦୁର୍ଗନ୍ଧ ବାହାରୁଥିବା ଦର୍ଶାଇ ଲୋକେ ଆପତ୍ତି ଉଠାଇଛନ୍ତି।

ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାରଙ୍କ ସ୍ବଚ୍ଛ ଭାରତ ଅଭିଯାନ ଜରିଆରେ ସହର ମାନଙ୍କୁ ନେଇ ହେଉଥିବା ସର୍ବେକ୍ଷଣ ତାଲିକାରେ ଓଡ଼ିଶାର କୌଣସି ସହର ଅଗ୍ରଣୀ ୩୦ ସହର ମଧ୍ୟରେ ସାମିଲ ହୋଇପାରିନି। ଚଳିତ ଥର କ୍ରମାଗତ ସପ୍ତମ ଥର ପାଇଁ ମଧ୍ୟପ୍ରଦେଶର ଇନ୍ଦୋର ଭାରତର ସବୁଠାରୁ ସ୍ୱଚ୍ଛ ସହର ଭାବେ ବିବେଚିତ ହୋଇଛି। ସେହିପରି ଗୁଜରାଟର ସୁରତ ମଧ୍ୟ ଇନ୍ଦୋର ସହ ସବୁଠାରୁ ସ୍ୱଚ୍ଛ ସହର ପୁରସ୍କାର ପାଇଛି। କେନ୍ଦ୍ର ସରକାର ବାର୍ଷିକ ସ୍ୱଚ୍ଛତା ସର୍ବେକ୍ଷଣ ରିପୋର୍ଟ ଗୁରୁବାର ପ୍ରକାଶ କରିଛନ୍ତି।

Leave A Reply

Your email address will not be published.