Latest Odisha News

BREAKING NEWS

ଫିଫା ବିଶ୍ୱକପ ଫୁଟବଲ୍ ଯୋଗ୍ୟତା ପର୍ଯ୍ୟାୟ: କଳିଙ୍ଗ ଷ୍ଟାଡ଼ିୟମରେ ହେବ ଭାରତ-କାତାର ମ୍ୟାଚ୍ !

ଭୁବନେଶ୍ୱର: ଦେଶର କ୍ରୀଡା ହବ୍ ଭାବେ ରାଜଧାନୀ ଭୁବନେଶ୍ୱର ମାନ୍ୟତା ଅର୍ଜନ କରିଥିବା ବେଳେ ଆସନ୍ତା ବର୍ଷ କଳିଙ୍ଗ ଷ୍ଟାଡିୟମରେ ଭାରତ-କାତାର ଫୁଟବଲ୍ ମ୍ୟାଚ୍ ଅନୁଷ୍ଠିତ ହେବ ।

ଆହୁରି ମଧ୍ୟ ୨୦୨୦ରେ ଭାରତ ୧୭ ବର୍ଷରୁ କମ୍ ମହିଳା ଫିଫା ବିଶ୍ୱକପ୍ ଆୟୋଜନ କରୁଛି । ଏହି ବିଶ୍ୱକପର ପ୍ରଥମ ଭେନ୍ୟୁ ଭାବେ ଫିଫାର ଆୟୋଜକ କମିଟି ପକ୍ଷରୁ ଭୁବନେଶ୍ୱରକୁ ପ୍ରାରମ୍ଭିକ ସ୍ୱୀକୃତି ପ୍ରଦାନ କରାଯାଇଛି ।

ଯାହାଫଳରେ କଳିଙ୍ଗ ଷ୍ଟାଡିୟମର ପୁନରୁଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଛି ।

ଏହି କଳିଙ୍ଗ ଷ୍ଟାଡିୟମରେ ପୂର୍ବରୁ ପୁରୁଷ ହକି ବିଶ୍ୱକପ୍, ଏସିଆନ୍ ଆଥଲେଟିକ୍ସ ଚାମ୍ପିୟନସିପ୍ ପରି ବହୁ ଆନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇସାରିଛି ।

ଏନେଇ ଟ୍ୱିଟ୍ କରିଛନ୍ତି ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ ନିର୍ଦ୍ଦେଶକ ଭିନିଲ୍ କ୍ରୀଷ୍ଣା ।

ଆହୁରି ମଧ୍ୟ ୨୦୨୨ ଫିଫା ବିଶ୍ୱକପ୍ ଫୁଟବଲ୍ ଯୋଗ୍ୟତା ପର୍ଯ୍ୟାୟର ‘ଗ୍ରୁପ୍ ଇ’ରେ ଓମାନ୍, କାତାର୍, ଆଫଗାନିସ୍ତାନ୍ ଓ ବାଙ୍ଗଲାଦେଶ ସମେତ ଭାରତ ମଧ୍ୟ ସାମିଲ ହୋଇଛି ।

ଉଲ୍ଲେଖଯୋଗ୍ୟ, ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ପ୍ରଚେଷ୍ଟାରେ ହିଁ ହକି ବିଶ୍ୱକପ୍ ପରି ଅନ୍ତର୍ଜାତୀୟ ସ୍ତରର ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇପାରିଛି । ଏବେ ରାଜଧାନୀ ଭୁବନେଶ୍ୱରକୁ ‘ସ୍ପୋଟ୍ସ ହବ୍’ ଭାବେ ରୂପାନ୍ତରିତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି ନବୀନ।

Leave A Reply

Your email address will not be published.