ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଏବଂ ଜୟପୁର ମଧ୍ୟରେ ବିମାନ। ଅକ୍ଚୋବର ୩୧ରୁ ଉଡିବ ପ୍ରଥମ ବିମାନ। ଇଣ୍ଡିଆ ଏୟାର ଓ୍ବାନ ଏହି ସେବା ଦେବାକୁ ଯାଉଛି। କେନ୍ଦ୍ରର ଆଞ୍ଚଳିକ ଏୟାର କନେକ୍ଟିଭିଟି ସ୍କିମ୍ ଅଧୀନରେ ଏହି ଉଡାଣ ସେବା ଆରମ୍ଭ ହେବାକୁ ଯାଉଛି। ଟ୍ବିଟ୍ କରି ବିମାନ ସେବା ପ୍ରଦାନକାରୀ ସଂସ୍ଥା ଏହି ସୂଚନା ଦେଇଛି।
ଏଥିପାଇଁ ଟିକେଟ୍ ଅଫର ମଧ୍ୟ ରହିଛି। ଟିକେଟ୍ ବୁକ୍ କରିବା ପାଇଁ ଇଣ୍ଡିଆନ୍ ଓଏନ୍ ଏୟାରର ଅଫିସିଆଲ୍ ୱେବସାଇଟରେ ଲଗ୍ ଇନ୍ କରିପାରିବେ। ପ୍ରଥମ ବିମାନ ଉଡ଼ାଣରେ ୯୯୯ ଟଙ୍କାର ଯାତ୍ରା କରିବାକୁ ଅଫର ରହିଛି। ହେଲେ ସୀମିତ ରହିଛି ସିଟ୍ ସଂଖ୍ୟା। ଇଣ୍ଡିଆନ ଏୟାର ୱେବସାଇଟ ଅନୁଯାୟୀ ଭୁବନେଶ୍ୱରରୁ ବିମାନ ସକାଳ ୧୦.୪୫ ରେ ଉଡ଼ାଣ ଭରିବ ଏବଂ ମଧ୍ୟାହ୍ନ ୧୨ଟା ୩୦ରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବ।
Dear Patrons, we are extremely grateful for the overwhelming response. Bookings were open till 9th Nov & in few hours, almost all seats have been sold. Apologies if someone is unable to book & we look forward to serving you soon. Thanks for your support. Regards, IndiaOne Air. https://t.co/4dFTuWVh7c
— IndiaOne Air (@IndiaoneA) October 28, 2022
ଆଉ ସପ୍ତାହକ ପୂର୍ବରୁ ଡିଜିସିଏ ଆଞ୍ଚଳିକ ସଂଯୋଗୀକରଣ ଯୋଜନା ଅନ୍ତର୍ଗତ ବାଣିଜ୍ୟିକ ବିମାନ ଚଳାଚଳ ପାଇଁ ଜୟପୁର ବିମାନବନ୍ଦରକୁ ଲାଇସେନ୍ସ ପ୍ରଦାନ କରିଛି।
କୋରାପୁଟ ସହରଠାରୁ ୩୩ କିଲୋମିଟର ଉତ୍ତର-ପଶ୍ଚିମ ଓ ଭୁବନେଶ୍ୱରଠାରୁ ପ୍ରାୟ ୫୦୦ କିଲୋମିଟର ଦକ୍ଷିଣ-ପଶ୍ଚିମରେ ଥିବା ଏହି ବିମାନବନ୍ଦର ଦ୍ୱାରା ପର୍ଯ୍ୟଟନର ବିକାଶ ହୋଇପାରିବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।
Comments are closed.