Latest Odisha News

BREAKING NEWS

ରାଜଧାନୀରେ ହାଇକୋର୍ଟ ପ୍ରତିଷ୍ଠା ଦାବି, କୋର୍ଟକୁ ପ୍ରବେଶ କରିପାରିଲେନି ବିଚାରପତି

ଭୁବନେଶ୍ୱର: ଭୁବନେଶ୍ୱର ବାର ଆସୋସିଏସନ ସଦସ୍ୟମାନେ ଶୁକ୍ରବାର ଭୁବନେଶ୍ୱର ଜିଲ୍ଲା ଓ ସେସନ୍ସ କୋର୍ଟ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କଟକରୁ ଭୁବନେଶ୍ୱରକୁ ଓଡ଼ିଶା ହାଇକୋର୍ଟ ସ୍ଥାନାନ୍ତରକୁ ନେଇ ଓକିଲ ସଙ୍ଘ ପକ୍ଷରୁ ନୀରବ ପ୍ରତିବାଦ କରାଯାଇଛି। ଏଥିସହ ଭୁବନେଶ୍ୱରକୁ ଜିଲ୍ଲା ମାନ୍ୟତା ଦେବାକୁ ଓକିଲମାନେ ଦାବି କରିଛନ୍ତି।

ଆଇନଜୀହୀ ଆନ୍ଦୋଳନରେ ବସିଥିବାରୁ ଜିଲ୍ଲା ଜଜ କୋର୍ଟ ଭିତରକୁ ପ୍ରବେଶ କରିପାରିନଥିଲେ। ତେଣୁ ଅନେକ ବିଚାରପତି କୋର୍ଟ ବାହାରେ ଅପେକ୍ଷା କରିଥିଲେ। ଏପରି ପ୍ରତିବାଦ ଆଜି କୋର୍ଟ କାମକୁ ପ୍ରଭାବିତ କରିଛି।

ବାର କାଉନସିଲର ସମ୍ପାଦକ ରାଜ ମହାପାତ୍ର କହିଛନ୍ତି, “ସାଧାରଣତଃ ସବୁ ରାଜ୍ୟର ହାଇକୋର୍ଟ ରାଜଧାନୀ ଭୁବନେଶ୍ୱରରେ ରହିଛି। ହେଲେ ଆମ ରାଜ୍ୟରେ ଏହା ଭିନ୍ନ। 1991 ମସିହାରୁ ହାଇକୋର୍ଟକୁ କଟକରୁ ରାଜଧାନୀକୁ ସ୍ଥାନାନ୍ତର କରିବା ପାଇଁ ଆମେ ଦାବି କରି ଆସିଛୁ। ଏହା ସାଧାରଣ ଲୋକଙ୍କ ପାଇଁ ମଧ୍ୟ ସହାୟକ ହେବ। ପୂର୍ବରୁ ଏହି ପ୍ରସ୍ତାବକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଅନୁମୋଦନ କରିଥିଲେ। ଏଥିପାଇଁ ରାଜଧାନୀରେ ହାଇକୋର୍ଟ ପାଇଁ 150 ଏକର ଜମି ମଧ୍ୟ ଆବଣ୍ଟନ କରାଯାଇଛି। ଦ୍ୱିତୀୟରେ ଭୁବନେଶ୍ୱରକୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦେବାକୁ ମଧ୍ୟ ଦାବି କରୁଛୁ। ଦାବି ପୂରଣ ନହେଲେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ସେ ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.