ଭୁବନେଶ୍ୱର: ଜନସାଧାରଣ ସଚେତନ ନହେଲେ କରୋନା ସଂକ୍ରମଣକୁ ରୋକି ହେବ ନାହିଁ । ସାମାଜିକ ଦୂରତା ବଜାୟ ରଖିବା ନିହାତି ଜରୁରୀ । କୋଭିଡ୍- ୧୯ର ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟର ଗ୍ରାମାଞ୍ଚଳମାନଙ୍କର ଜନ ସାଧାରଣ ଯେତେଟା ସଚେତନ ଓ ସକ୍ରିୟ ସହରାଞ୍ଚଳର ଜନସାଧାରଣ ସେତେଟା ସଚେତନ ଓ ସକ୍ରିୟ ନୁହନ୍ତି ବୋଲି କହିଛନ୍ତି ରାଜ୍ୟ କୋଭିଡ୍-୧୯ ମୁଖପାତ୍ର ସୁବ୍ରତ ବାଗଚି। କରୋନା ସଂକ୍ରମଣକୁ ରୋକିବା ପାଇଁ ଗ୍ରାମାଞ୍ଚଳବାସୀ ପ୍ରତ୍ୟେକଟି ନିର୍ଦ୍ଦେଶକୁ ପାଳନ କରୁଛନ୍ତି । ହେଲେ ସହରାଞ୍ଚଳବାସୀ ଏହାକୁ ଅଣଦେଖା କରୁଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ବାଗଚୀ।
ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବାଗଚୀ ଆଜି ଇନ୍ଦୋର ସହ ଭୁବନେଶ୍ୱରର ତୁଳନା କରିଛନ୍ତି । ସେ କହିଛନ୍ତି, ଇନ୍ଦୋର ହେଉଛି ଦେଶର ଏକ ନମ୍ବର ସ୍ୱଚ୍ଛ ନଗରୀ। ସେହିପରି ଭୁବନେଶ୍ୱର ହେଉଛି ଦେଶର ଏକ ନମ୍ବର ସ୍ମାର୍ଟ ସିଟି। ଇନ୍ଦୋରର ଜନସଂଖ୍ୟା ୨୦ ଲକ୍ଷ ରହିଥିବା ବେଳେ ଭୁବନେଶ୍ୱରର ଜନସଂଖ୍ୟା ହେଉଛି ୧୦ ଲକ୍ଷ ।
ସେହିପରି ସମଗ୍ର ଦେଶରେ ଚିହ୍ନଟ ହୋଇଥିବା ୧୭୦ଟି କରୋନା ହଟସ୍ପଟ ମଧ୍ୟରେ ଉଭୟ ଇନ୍ଦୋର ଓ ଭୁବନେଶ୍ୱର ରହିଛନ୍ତି। ଭୁବନେଶ୍ୱରରେ ପ୍ରଥମ କରୋନା ରୋଗୀ ୧୬ ମାର୍ଚ୍ଚରେ ଚିହ୍ନଟ ହୋଇଥିବା ବେଳେ ଇନ୍ଦୋରରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ ୨୫ ମାର୍ଚ୍ଚରେ।
ସେହିପରି ୨୦ ଅପ୍ରେଲ ସୁଦ୍ଧା ଇନ୍ଦୋରରେ ୮୯୨ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଭୁବନେଶ୍ୱରରେ ୪୬ ଜଣଙ୍କୁ ଚିହ୍ନଟ କରାଯାଇଛି । ଇନ୍ଦୋରରେ ୪୯ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ବେଳେ ଭୁବନେଶ୍ୱରରେ ମାତ୍ର ଜଣଙ୍କର ମୃତ୍ୟୁ ଘଟିଛି ବୋଲି ବାଗଚୀ କହିଛନ୍ତ ।
BREAKING NEWS
- ୩୩ ଜଣ ମାଓବାଦୀ ଆତ୍ମସମର୍ପଣ, ମାଓ ଡମ୍ପରୁ ୭କିଲୋ ସୁନା ସହ ୧୪ କୋଟିରୁ ଊର୍ଦ୍ଧ୍ବ…
- କାର୍ଯ୍ୟରେ ଅବହେଳା ଯୋଗୁଁ ସୁବର୍ଣ୍ଣପୁର ଡିଆରସିଏସ ନିଲମ୍ବିତ, ସୋନପୁର ଏଆସିଏସଙ୍କୁ ଅତିରିକ୍ତ ଦାୟିତ୍ୱ
- ଆଇଏଏସ ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ବ…
- ଅବସର କେବେ ନେବେ କହିଲେ ସାମୀ
- ଆନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କଲେ ମିଷ୍ଟର ବ୍ୟାକହ୍ୟାଣ୍ଡ
- ୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପୋଲିସ ହାଉସିଂ ଡେପୁଟି ମ୍ୟାନେଜର
- ଭୁବନେଶ୍ୱର ନିୟୁ ସିଟି ମାଷ୍ଟରପ୍ଲାନ୍ ପାଇଁ ଚୁକ୍ତି ସ୍ୱାକ୍ଷରିତ
- ଏପ୍ରିଲ ୧ରୁ ବଦଳିବ ନନ୍ଦନକାନନର ସମୟ ନିର୍ଘଣ୍ଟ, ପ୍ରତି ସୋମବାର ବନ୍ଦ ରହିବ ଉଭୟ ଉଦ୍ୟାନ
- ସରେଣ୍ଡର କଲେ ଦୁଇ ହାର୍ଡକୋର ମାଓବାଦୀ
- ଜୁନ ୨୬ରେ ଟିମ ଇଣ୍ଡିଆ ପକ୍ଷରୁ ପଦାର୍ପଣ ମ୍ୟାଚ ଖେଳି ପାରନ୍ତି ବୈଭବ
Comments are closed.