ନୂଆଦିଲ୍ଲୀ: ମହାମହାରୀ କରୋନା ଦେଶରେ ଦ୍ରୁତି ଗତିରେ ବଢ଼ିଚାଲିଛି । ଗତ ୨୪ ଘଣ୍ଟାରେ କରୋନା ଭାଇରସ୍ର ୧୫୫୩ ନୂତନ କେସ୍ ସାମ୍ନାକୁ ଆସିଛି। ଦେଶରେ ୨୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୫୯ ଜିଲ୍ଲା କରୋନା ମୁକ୍ତ ହୋଇଛି। ଏହି ସବୁ ଜିଲ୍ଲାରେ ଗତ ୧୪ ଦିନ ହେବ କୌଣସି କରୋନା କେସ୍ ଆସିନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି ।
ସେ କହିଛନ୍ତି, ପୁଡୁଚେରୀରେ ମାହେ, କର୍ଣ୍ଣାଟକରେ କୋଡାଗୁ ଓ ଉତ୍ତରାଖଣ୍ଡରେ ପୌଡି ଗଢବାଲରେ ଗତ ୨୮ ଦିନରେ କୌଣସି କରୋନା କେସ୍ ସାମ୍ନାକୁ ଆସିନାହିଁ। ୧୮ ରାଜ୍ୟରେ କରୋନା ସଂକ୍ରମଣର ଦ୍ଵିଗୁଣିତ ହାର ହ୍ରାସ ଘଟିଛି। ୩.୪ ପରିବର୍ତ୍ତେ ଏବେ ୭.୫ ଦିନରେ ଦ୍ଵିଗୁଣିତ ଆକ୍ରାନ୍ତ ଦେଖାଯାଉଛି।
ସେପଟେ କେନ୍ଦ୍ର ଗୃହମନ୍ତ୍ରାଳୟର ଯୁଗ୍ମ ସଚିବ ପୁଣ୍ୟ ସଲିଲା ଶ୍ରୀବାସ୍ତବ କହିଛନ୍ତି ଯେ ମନ୍ତ୍ରାଳୟ ପକ୍ଷରୁ କେରଳ ସରକାରଙ୍କୁ ପତ୍ର ଲେଖି ଲକଡାଉନ ନିୟମରେ କରାଯାଇଥିବା କୋହଳତାକୁ ନେଇ ଚିନ୍ତା ପ୍ରକଟ କରାଯାଇଛି ।
କେତେକ କ୍ଷେତ୍ରରେ କୋହଳତା କରି କେରଳ ସରକାର ଗୃହ ମନ୍ତ୍ରାଳୟର ଗାଇଡଲାଇନକୁ ଉଲ୍ଲଙ୍ଘନ କରୁଛନ୍ତି । ଏହା ସହିତ ଗୃହ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ସରକାରମାନଙ୍କୁ ପତ୍ର ଲେଖି ଲକଡାଉନ ଗାଇଡଲାଇନ ଗୁଡ଼ିକର କଡାକଡି ପାଳନ ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି ।
BREAKING NEWS
- ରାଜଧାନୀରେ ଦୁର୍ଗାପୂଜା ଭସାଣୀରେ ବାଜିବନି DJ
- ପୂର୍ବତନ କ୍ରିକେଟର ତଥା ସାଂସଦ ୟୁସୁଫ ପଠାଣଙ୍କୁ ଗୁଜୁରାଟ ସରକାରଙ୍କ ବଡ ଉପହାର
- ବିସ୍କୁଟରେ ମିଶୁଛି ଚୋକଡ, କ୍ଷୀରରେ ଡ଼ିଟରଜେଣ୍ଟ; ଏଫଏସଏସଏଆଇ ବଡ଼ କାର୍ଯ୍ୟାନୁଷ୍ଠାନ…
- ଭୁବନେଶ୍ୱର ବିମାନବନ୍ଦରରୁ ୩ କୋଟିର ଗଞ୍ଜେଇ ଜବତ, ୩ ଅଟକ…
- ଟାଇଗର ଶ୍ରଫ୍ଙ୍କୁ ଫାୟାରିଂ ପଛର ସତ୍ୟ ବାହାର କଲା ପୋଲିସ: ଚାକିରି ଓ ଟଙ୍କା ଲୋଭରେ କରାଯାଇଥିଲା ଆକ୍ରମଣ
- ଦେଶବାସୀଙ୍କୁ ମୋହନ ଭାଗବତଙ୍କ ସମ୍ୱୋଧନ: କହିଲେ, ଏକତା ଓ ପ୍ରଗତି ରାସ୍ତାରେ ଆମେ ଆଗକୁ ବଢ଼ିବା ଦରକାର
- ରେଲୱେ ଟ୍ରାକ ନିକଟରେ କୁମ୍ଭୀର, ଚିନ୍ତାରେ ଲୋକେ
- ଦଶହରା ଶୁଭେଚ୍ଛା: ରାଜ୍ୟବାସୀଙ୍କ ସୁଖ ଓ ସମୃଦ୍ଧି କାମନା କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ
- ମା’କୁ ମାରି ରୋଷେଇ ଘରେ ପ୍ଲାଷ୍ଟର କରିବା ଘଟଣା: ପୁଅକୁ ଝାଡ଼ଖଣ୍ଡରୁ ଗିରଫ କଲା ପୋଲିସ
- ମ୍ୟାଟ୍ରିମୋନିଆଲ୍ ସାଇଟ୍ରେ ପ୍ରେମ ଜାଲ: ବିବାହ ଆଶା ଦେଖାଇ କୋଟିଏ ଟଙ୍କା ଚୂନ

Comments are closed.