ଭୁବନେଶ୍ୱର: ଜନସାଧାରଣ ସଚେତନ ନହେଲେ କରୋନା ସଂକ୍ରମଣକୁ ରୋକି ହେବ ନାହିଁ । ସାମାଜିକ ଦୂରତା ବଜାୟ ରଖିବା ନିହାତି ଜରୁରୀ । କୋଭିଡ୍- ୧୯ର ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟର ଗ୍ରାମାଞ୍ଚଳମାନଙ୍କର ଜନ ସାଧାରଣ ଯେତେଟା ସଚେତନ ଓ ସକ୍ରିୟ ସହରାଞ୍ଚଳର ଜନସାଧାରଣ ସେତେଟା ସଚେତନ ଓ ସକ୍ରିୟ ନୁହନ୍ତି ବୋଲି କହିଛନ୍ତି ରାଜ୍ୟ କୋଭିଡ୍-୧୯ ମୁଖପାତ୍ର ସୁବ୍ରତ ବାଗଚି। କରୋନା ସଂକ୍ରମଣକୁ ରୋକିବା ପାଇଁ ଗ୍ରାମାଞ୍ଚଳବାସୀ ପ୍ରତ୍ୟେକଟି ନିର୍ଦ୍ଦେଶକୁ ପାଳନ କରୁଛନ୍ତି । ହେଲେ ସହରାଞ୍ଚଳବାସୀ ଏହାକୁ ଅଣଦେଖା କରୁଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ବାଗଚୀ।
ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବାଗଚୀ ଆଜି ଇନ୍ଦୋର ସହ ଭୁବନେଶ୍ୱରର ତୁଳନା କରିଛନ୍ତି । ସେ କହିଛନ୍ତି, ଇନ୍ଦୋର ହେଉଛି ଦେଶର ଏକ ନମ୍ବର ସ୍ୱଚ୍ଛ ନଗରୀ। ସେହିପରି ଭୁବନେଶ୍ୱର ହେଉଛି ଦେଶର ଏକ ନମ୍ବର ସ୍ମାର୍ଟ ସିଟି। ଇନ୍ଦୋରର ଜନସଂଖ୍ୟା ୨୦ ଲକ୍ଷ ରହିଥିବା ବେଳେ ଭୁବନେଶ୍ୱରର ଜନସଂଖ୍ୟା ହେଉଛି ୧୦ ଲକ୍ଷ ।
ସେହିପରି ସମଗ୍ର ଦେଶରେ ଚିହ୍ନଟ ହୋଇଥିବା ୧୭୦ଟି କରୋନା ହଟସ୍ପଟ ମଧ୍ୟରେ ଉଭୟ ଇନ୍ଦୋର ଓ ଭୁବନେଶ୍ୱର ରହିଛନ୍ତି। ଭୁବନେଶ୍ୱରରେ ପ୍ରଥମ କରୋନା ରୋଗୀ ୧୬ ମାର୍ଚ୍ଚରେ ଚିହ୍ନଟ ହୋଇଥିବା ବେଳେ ଇନ୍ଦୋରରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ ୨୫ ମାର୍ଚ୍ଚରେ।
ସେହିପରି ୨୦ ଅପ୍ରେଲ ସୁଦ୍ଧା ଇନ୍ଦୋରରେ ୮୯୨ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଭୁବନେଶ୍ୱରରେ ୪୬ ଜଣଙ୍କୁ ଚିହ୍ନଟ କରାଯାଇଛି । ଇନ୍ଦୋରରେ ୪୯ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ବେଳେ ଭୁବନେଶ୍ୱରରେ ମାତ୍ର ଜଣଙ୍କର ମୃତ୍ୟୁ ଘଟିଛି ବୋଲି ବାଗଚୀ କହିଛନ୍ତ ।
BREAKING NEWS
- Rubio meets Jaishankar: ଭାରତର ପ୍ରଶଂସାରେ ଆମେରିକା ବୈଦେଶିକ ମନ୍ତ୍ରୀ, କହିଲେ, ‘ବିଶୋଧନକାରୀ ମହାଶକ୍ତି’, ଜୟଶଙ୍କର-ରୁବିଓଙ୍କ ମଧ୍ୟରେ ହେଲା ବଡ ବୈଠକ!
- Deepveer baby Devi: ନବମୀରେ ଦୀପିକା-ରଣବୀରଙ୍କ ଘରକୁ ଆସିଲେ ମା’ ଦୁର୍ଗା, ନାଁ ରଖିଲେ ‘ଦେବୀ’!
- ଆସୁଛି ଆଉ ଏକ ଲଘୁଚାପ, ଜାଣନ୍ତୁ ଓଡ଼ିଶାରେ ପ୍ରଭାବ…
- କୋଟିଆ ଉପରେ ନିୟମିତ ନଜର ରଖିବେ ଜିଲ୍ଲାପାଳ ଓ SP
- ରାଜଧାନୀରେ ଦୁର୍ଗାପୂଜା ଭସାଣୀରେ ବାଜିବନି DJ
- ପୂର୍ବତନ କ୍ରିକେଟର ତଥା ସାଂସଦ ୟୁସୁଫ ପଠାଣଙ୍କୁ ଗୁଜୁରାଟ ସରକାରଙ୍କ ବଡ ଉପହାର
- ବିସ୍କୁଟରେ ମିଶୁଛି ଚୋକଡ, କ୍ଷୀରରେ ଡ଼ିଟରଜେଣ୍ଟ; ଏଫଏସଏସଏଆଇ ବଡ଼ କାର୍ଯ୍ୟାନୁଷ୍ଠାନ…
- ଭୁବନେଶ୍ୱର ବିମାନବନ୍ଦରରୁ ୩ କୋଟିର ଗଞ୍ଜେଇ ଜବତ, ୩ ଅଟକ…
- ଟାଇଗର ଶ୍ରଫ୍ଙ୍କୁ ଫାୟାରିଂ ପଛର ସତ୍ୟ ବାହାର କଲା ପୋଲିସ: ଚାକିରି ଓ ଟଙ୍କା ଲୋଭରେ କରାଯାଇଥିଲା ଆକ୍ରମଣ
- ଦେଶବାସୀଙ୍କୁ ମୋହନ ଭାଗବତଙ୍କ ସମ୍ୱୋଧନ: କହିଲେ, ଏକତା ଓ ପ୍ରଗତି ରାସ୍ତାରେ ଆମେ ଆଗକୁ ବଢ଼ିବା ଦରକାର

Comments are closed.