Latest Odisha News

ରାଜଧାନୀରେ ପୁଣି ହତ୍ୟାକାଣ୍ଡ: ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ, ତଦନ୍ତ ଜାରି

ଭୁବନେଶ୍ୱର : ରାଜଧାନୀରେ ପୁଣି ଏକ ହତ୍ୟାକାଣ୍ଡ । ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ବାମୀ । ହତ୍ୟା ପରେ ଆତ୍ମହତ୍ୟା ରୂପ ଦେଇଥିଲା। ମୃତକ ହେଲେ ଲିଲି ଦାଶ। ଅଭିଯୁକ୍ତ ସ୍ୱାମୀ ସୌଭଗ୍ୟ ରଞ୍ଜନ ଦାଶ । ସହିଦନଗର ଥାନା ଅନ୍ତର୍ଗତ ବସୁଆଘାଇ ଅଞ୍ଚଳରେ ଘଟିଛି ଘଟଣା।

ସୌଭାଗ୍ୟ ଆଗରୁ ଜଣଙ୍କୁ ବାହା ହୋଇଥିଲା ବେଳେ ଲିଲି ହେଉଛନ୍ତି ତାଙ୍କ ଦ୍ୱିତୀୟ ସ୍ତ୍ରୀ । କାଲି ରାତିରେ ପାରିବାରିକ ଝଗଡ଼ାରୁ ତାଙ୍କ ବାପାଙ୍କୁ ସୌଭାଗ୍ୟ ବହୁତ ମାଡ଼ ମାରିଥିଲେ । ପରେ ଲିଲିକୁ ମାଡ଼ ମାରି ମାରି ଜୀବନରୁ ମାରିଦେଇଥିବା ୫ବର୍ଷର ପୁନି ଝିଅ ଦେଖିଥିବା ସୂଚନା ରହିଛି ।

ସହିଦନଗର ଥାନା ପୋଲିସର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଘଟଣାରେ ଅଭିଯୁକ୍ତ ସ୍ୱାମୀ ସୌଭାଗ୍ୟକୁ ଗିରଫ କରିଛି ପୋଲିସ । ଥାନାରେ ଅଧିକ ତଦନ୍ତ ଲାଗି ପଚରାଉଚରା ଜାରି ରଖିଛି ପୋଲିସ ।

Leave A Reply

Your email address will not be published.