Latest Odisha News

BREAKING NEWS

ବାଣୀ ବିହାର ଫ୍ଲାଏ ଓଭରବ୍ରିଜରେ ପିକ ଅପକୁ ଧକ୍କା ଦେଲା ଟ୍ରକ, ଡ୍ରାଇଭରଙ୍କର ମୃତ୍ୟୁ

ଭୁବନେଶ୍ୱର: ମଙ୍ଗଳବାର ସଂଧ୍ଯାରେ ବାଣୀବିହାର ଫ୍ଲାଏଓଭରରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଟ୍ରକଟି ରାସ୍ତା ଉପରେ ଛିଡା ହୋଇଥିବା ପିକ୍ ଅପକୁ ଧକ୍କା ଦେବାରୁ ପିକ୍ ଅପ ଡ୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତ ପିକ୍ଅପ୍ ଭ୍ୟାନ୍ ଡ୍ରାଇଭରଙ୍କ ନାଁ ଅର୍ଜୁନ ଆଇଚ। ଏହି ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭର ମଧ୍ୟ ଆହତ ହୋଇଥିବା ବେଳେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ପିକ୍ ଅପ୍ ଭ୍ୟାନଟିର ଟାୟାର ଫାଟିଯାଇଥିବାରୁ ମରାମତି ପାଇଁ ଅର୍ଜୁନ ଫ୍ଲାଏ ଓଭର ବ୍ରିଜ ଉପରେ ଛିଡା କରି ମରାମତି କରୁଥିଲେ। ଏହି ସମୟରେ ବରମୁଣ୍ଡା ପଟୁ ଦ୍ରୁତ ଗତିରେ ଆସୁଥିବା କାରଟି ପିକ ଅପର ପଛ ପଟେ ଧକ୍କା ଦେଇଥିଲା। ପରେ ପିକଅପ୍ ଭ୍ୟାନଟି ଓଲଟି ପଡ଼ିଥିଲା।

ଏହି ଦୁର୍ଘଟଣା ପରେ ବ୍ୟସ୍ତବହୁଳ ରାଜପଥରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ସହିଦ ନଗର ପୋଲିସ ଆସିବା ପରେ ରାସ୍ତା ଖାଲି ହୋଇଥିବା ବେଳେ ଲୋକଙ୍କ ଗହଳିକୁ ଏଡାଇଥିଲା।

ଟ୍ରାଫିକ୍ ଆଇଆଇସି ମନୋଜ ଶତପଥୀ କହିଛନ୍ତି, ପିକଅପ୍ ଭ୍ୟାନ୍ ଡ୍ରାଇଭର ପଛ ଟାୟାର ବଦଳାଇବାକୁ ଛିଡା ହୋଇଥିବା ବେଳେ ଟ୍ରକଟି ତାଙ୍କୁ ପଛପଟୁ ଧକ୍କା ଦେଇଥିଲା ପୁଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି।

Comments are closed.