ଭୁବେନଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଥିବା ଖଣ୍ଡଗିରି ଏବଂ ଉଦୟ ଗିରି ଗୁମ୍ଫାକୁ ବିଶ୍ୱ ଐତିହ୍ୟ ମାନ୍ୟତା ଦେବାକୁ ଦାବି କରିଛନ୍ତି ବରିଷ୍ଠ ବିଜେପି ନେତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଏ ନେଇ ସାଂସଦ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କିଶନ ରେଡ୍ଡିଙ୍କୁ ଚିଠି ଲେଖିଛନ୍ତି ।
ସାଂସଦ ଚିଠିରେ ଲେଖିଛନ୍ତି, ଏହି ଦୁଇ ପାହାଡକୁ ବିଶ୍ୱ ଐତିହ୍ୟ ତାଲିକାରେ ସଂରକ୍ଷିତ କରାଗଲେ ଏହାର ରକ୍ଷଣାବେକ୍ଷଣ ଏବଂ ବିକାଶ ହୋଇପାରିବ । ବର୍ତ୍ତମାନ ଏହି ଦୁଇ ଐତିହ୍ୟସ୍ଥଳ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ସଂରକ୍ଷିତ ସ୍ମାରକ ଭାବେ ଘୋଷଣା ହୋଇସାରିଛି। ଖଣ୍ଡଗିରି ଓଉଦୟଗିରି ଗୁମ୍ଫାରେ ଜୈନ ଧର୍ମକୁ ନେଇ ଅନେକ ପଥର ଖୋଦିତ ସ୍ମାରକ ରହିଛି। ଏହାର ରକ୍ଷଣାବେକ୍ଷଣ ASI କରୁଛି । ତେଣୁ ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇବା ପାଇଁ ସବୁ ପ୍ରକାର ଯୋଗ୍ୟତା ଏହାର ରହିଛି ।
ଏହି ପାହାଡରେ ପଥର କଟା ଯାଇ ହୋଇଥିବା ଗୁମ୍ଫାରେ ଅନେକ ଜୈନ ସ୍ମାରକୀ ରହିଛି । ପ୍ରଥମ ଖ୍ରୀଷ୍ଟାବ୍ଦର ରାଜା ଖାରବେଳଙ୍କ ସମୟରେ ଏଥିରେ ପ୍ରାକୃତ ଭାଷାର ବ୍ରାହ୍ମୀ ଲିପିରେ ଅନେକ ଶିଳାଲିପି ରହିଛି । ଏହି ଗୁମ୍ଫାର ପଥରରେ ଅନେକ ଶିଳାଲିପି ରହିଛି ଯେଉଁଥିରେ ସେ ସମୟର ଅନେକ କାହାଣୀ କହୁଛି ।
ତା ଛାଡା ଏହି ଦୁଇ ପାହାଡ ରାଜଧାନୀ ଭୁବନେଶ୍ୱରରେ ରହିଛି । ତେଣୁ ଏହା ବିଶ୍ୱ ଐତିହ୍ୟ ମାନ୍ୟତା ପାଇବାର ସବୁ ଯୋଗ୍ୟତ ରଖୁଛି । ଏହାର ବିକାଶ ଓ ରକ୍ଷଣାବେକ୍ଷଣ ପାଇଁ ଏହାକୁ ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ କରିବା ପାଇଁ ଦାବି କରିଛନ୍ତି ସାସଂଦ ଅପରାଜିତା ଷଡଙ୍ଗୀ ।
Comments are closed.