ଭୁବନେଶ୍ୱର : ବିଏମସି ଅଫିସରେ ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମାଡ ଘଟଣା ଏବେ ସାରା ରାଜ୍ୟରେ ଚହଳ ପକାଇଛି । ଗତକାଲି ହୋଇଥିବା ଏହି ଘଟଣାକୁ ଘୋର ନିନ୍ଦା କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ରତ୍ନାକର ସାହୁ ଜନଶୁଣାଣିରେ ଲୋକଙ୍କ କଥା ଶୁଣୁଥିଲେ । ସରକାରୀ କାମରେ ଥିବା ବେଳେ ତାଙ୍କୁ ୪ ରୁ ୬ ଆସି ଆକ୍ରମଣ କଲେ । ଏହି ଘଟଣାକୁ ମୁଁ ନିନ୍ଦା କରୁଛି ବୋଲି ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି । ମୁଁ ମୋର ୬ ବର୍ଷର ରାଜନୀତି କ୍ୟାରିୟରରେ ଏମିତି ଘଟଣା ଦେଖିନାହିଁ ବୋଲି ସେ କହିଛନ୍ତି । ମୋର ବିଶ୍ୱାସ ଅଛି ଯିଏ ଏଥିରେ ସମ୍ପୃକ୍ତ ଅଛନ୍ତି ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆଉ ଦୋଷୀକୁ ଏମିତି ଦଣ୍ଡ ମିଳୁ ଯାହା ଦ୍ୱାରା ଏହି ଘଟଣାର ଆଉ ପୁନରାବୃତି ହେବ ନାହିଁ । ଓଡିଶା ଏକ ଶାନ୍ତିପ୍ରିୟ ରାଜ୍ୟ, ଏଠାକାର ଲୋକ ବହୁତ ଭଲ ଚିନ୍ତାଧାର ମଣିଷ । ତେଣୁ ଏମିତି ଘଟଣା ହେଲେ ସମସ୍ତ ଓଡିଶାବାସୀ ମର୍ମାହତ ହୋଇପଡନ୍ତି ବୋଲି ଅପରାଜିତା କହିଛନ୍ତି । ତେବେ ଏହି ଘଟଣାରେ ପୋଲିସ ସଠିକରୂପେ କାମ କରିବ ବୋଲି ମୋର ବିଶ୍ୱାସ ଥିବା ସେ କହିଛନ୍ତି ।
BREAKING NEWS
- Manipur Violence: ମଣିପୁରରେ ପୁଣି ହିଂସା, NIAକୁ ମାମଲା ହସ୍ତାନ୍ତର କଲେ ରାଜ୍ୟପାଳ
- President Visit Odisha: ରାଷ୍ଟ୍ରପତିଙ୍କ ଗସ୍ତକୁ ତ୍ରୁଟି ଶୂନ୍ୟ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ
- Rath Yatra: ରଥଖଳାରେ ପହଞ୍ଚିଲା କାଠ, ମାଘ ପଞ୍ଚମୀରେ ଅନୁକୂଳ ହେବ ରଥକାଠ
- Maoists Killed: ମାଓ ସଂଗଠନକୁ ପୁଣି ବଡ଼ ଝଟକା: ଏନକାଉଣ୍ଟରରେ ଟଳିଲେ ୧୫ ମାଓବାଦୀ
- Ganjam Group Clash: ଗଞ୍ଜାମ ପଥରାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ପରସ୍ପର ଉପରକୁ କଲେ ପଥର ମାଡ଼
- IND vs NZ: ଆଜି ପୁଣି ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ
- Nandankanan Open: ସାଧାରଣତନ୍ତ୍ର ଦିବସରେ ଖୋଲା ରହିବ ନନ୍ଦନକାନନ
- ଦୁନିଆ ତୁଳନାରେ ଆମ ଦେଶର ପିଲା ହୋଇଯାଉଛନ୍ତି ଗେଡ଼ା, ସାମ୍ନାକୁ ଆସିଲା କାରଣ; ରିପୋର୍ଟରେ ବଡ଼ ଖୁିଲାସା
- ପୁଅର ବାହାଘର ପୂର୍ବରୁ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଚାଲିଗଲା ବାପାର ଜୀବନ
- ବାହୁଦା ନଦୀରେ ବୁଡିଗଲେ ୨ ନାବାଳକ ଛାତ୍ର
Comments are closed.