ଭୁବନେଶ୍ୱର: ସ୍ତ୍ରୀକୁ ହତ୍ୟା କରିବା ପରେ ୩ଶହ ଖଣ୍ଡ କରି ରଖିବା ମାମଲାରେ ଅଭିଯୁକ୍ତ ସ୍ୱାମୀକୁ ଆଜୀବନ ଜେଲ ଦଣ୍ଡଦେଶ ଶୁଣାଇଛନ୍ତି କୋର୍ଟ । ଅଭିଯୁକ୍ତ କର୍ଣ୍ଣେଲ ସୋମନାଥ ପରିଡାଙ୍କୁ ଖୋର୍ଦ୍ଧା ଜିଲ୍ଳା ଜଜ୍ କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି ।
ସୂଚନାଯୋଗ୍ୟ, ୨୦୧୩ ଜୁନ୍ ୨୧ରେ ଘଟିଥିଲା ଏହି ଚାଂଚଲ୍ୟକର ଘଟଣା । ନୟାପଲ୍ଲୀ ଅଂଚଳରେ ରହୁଥିଲେ କର୍ଣ୍ଣେଲ ସୋମନାଥ । ସେ ତାଙ୍କ ସ୍ତ୍ରୀ ଉଷାଶ୍ରୀଙ୍କୁ ହତ୍ୟା କରି ୨୧ଟି ଷ୍ଟିଲ ଡବା ଓ ଦୁଇଟି ବଡ ବାକ୍ସରେ ଶରୀରକୁ କାଟି ଖଣ୍ଡ ଖଣ୍ଡ କରି ରଖିଥିଲେ । ଏପରିକି ଉଷାଶ୍ରୀ ମୁଣ୍ଡ ଭର୍ତ୍ତି ଗୋଟିଏ ଟିଫିନ୍, ଆରି, କରତ, ୨୫ଟି ବୋତଲ ଫିନାଇଲ ଓ ଏସିଡ ମଧ୍ୟ ଜବତ କରିଥିଲା ପୋଲିସ । କେବଳ ସେତିକି ନୁହେଁ ଏକ ପିତ୍ତଳ ଟର୍ଚ୍ଚକୁ ମଧ୍ୟ ପୋଲିସ ଜବତ କରିଥିଲା । ଯେଉଁଥିରେ ସୋମନାଥ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଥିଲେ ।
ସୋମନାଥଙ୍କ ଲାଏ ଡିଟେକସନ୍ ଟେଷ୍ଟ କରିଥିଲା ପୋଲିସ । ତେବେ ସେ ତାଙ୍କ ପତ୍ନୀଙ୍କ ହତ୍ୟା କରିନାହାନ୍ତି ଉଷାଶ୍ରୀ ଆତ୍ମହତ୍ୟା କରିଥିବା ସୋମନାଥ କହିଥିଲେ । ଏହି ଘଟଣାରେ ମୋଟ ୨୯ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା । ହତ୍ୟାକାଣ୍ଡର ମୁଖ୍ୟ ନାୟକ ଅବସରପ୍ରାପ୍ତ କର୍ଣ୍ଣେଲ ସୋମନାଥ ପରିଡା ଘଟଣାକୁ ଚାପିବା ପାଇଁ ବହୁ ଚେଷ୍ଟା କରିଥିଲେ । କିନ୍ତୁ ପୋଲିସ ଘଟଣାସ୍ଥଳକୁ ଯାଇ ଛାନଭିନ୍ କରି ଶେଷରେ କର୍ଣ୍ଣେଲ ସୋମନାଥଙ୍କୁ ଗିରଫ କରିଥିଲା ।
BREAKING NEWS
- ବସ୍ ସହ ସ୍କୁଟିର ହେଲା ଧକ୍କା ,ଦୁର୍ଘଟଣାରେ ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
- ରହିବନି କୋଟା ଓ ଆରଏସି; ବନ୍ଦେ ଭାରତ ସ୍ଲିପର ଟ୍ରେନରେ ମିଳିବ ଏହି ସୁବିଧା…
- କଳିଙ୍ଗା ଘାଟିରେ ‘ସତର୍କ ସୂଚନା ଘଣ୍ଟି’ ଉଦ୍ଘାଟିତ
- କୋହଲି ଅହଙ୍କାରୀ କି ନୁହେଁ କହିଲେ ସାଥୀ ଖେଳାଳି
- କୋର୍ଟକୁ ଆସିଲେନି ପିୟୂଷ
- ୬୯ତମ ଜାତୀୟ ବିଦ୍ୟାଳୟ ସମୂହ ତୀରନ୍ଦାଜ ପ୍ରତିଯୋଗିତା: ଓଡ଼ିଶା ରନର୍ସଅପ୍
- ରୋଗୀ ମୃତ୍ୟୁ ପରେ ମେଡିକାଲରେ ହାଇଡ୍ରାମା
- ବାପାଙ୍କ ସମର୍ଥନରେ ବାହାରିଲେ ସୋଫିଆ
- ୨୦୦କୁ ବଢିପାରେ ବିଧାନସଭା ସିଟ୍ ସଂଖ୍ୟା
- ଜମ୍ମୁରେ ଆତଙ୍କବାଦୀଙ୍କ ସାଟେଲାଇଟ୍ ଯୋଗାଯୋଗ ଟ୍ରାକ୍; ଭାରତୀୟ ସେନାର ସର୍ଚ୍ଚ ଅପରେସନ୍ ଆରମ୍ଭ
Comments are closed.