Latest Odisha News

BREAKING NEWS

ବିଶ୍ୱ କ୍ରୀଡ଼ା ମାନଚିତ୍ରରେ ଓଡ଼ିଶା: ୨୦୨୦ରେ ହେବ ୧୭ ବର୍ଷରୁ କମ୍ ବାଳିକା ଫୁଟବଲ ବିଶ୍ୱକପ

ଭୁବନେଶ୍ୱର: ୨୦୨୦ ଫିଫା ୧୭ ବର୍ଷରୁ କମ୍ ବାଳିକା ଫୁଟବଲ୍ ବିଶ୍ୱକପ ଇଣ୍ଡିଆ ଓଡ଼ିଶା ରାଜଧାନୀରେ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ଏହାଫଳରେ ଓଡ଼ିଶାକୁ ବିଶ୍ୱକ୍ରୀଡ଼ା ମାନଚିତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ମିଳିପାରିଛି ।

ଗଣମାଧ୍ୟମକୁ ସୂଚନାଦେଇ ମଙ୍ଗଳବାର ଦିନ ସ୍ଥାନୀୟ ସାଂଗଠନିକ ଟୁର୍ଣ୍ଣାମେଣ୍ଟ ନିର୍ଦ୍ଦେଶକ ରୋମା ଖାନ୍ନା ରାଜ୍ୟରେ ଲଗାତର ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ତଥା ବିଭିନ୍ନ ବିଶ୍ୱସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇପାରୁଥିବାରୁ ଓଡ଼ିଶାକୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।

“ଆହୁରି ଅନେକ କାର୍ଯ୍ୟ ବାକି ରହିଛି । ରାଜ୍ୟ ସରକାର କଳିଙ୍ଗ ଷ୍ଟାଡ଼ିୟମକୁ ଫିଫାର ଟୁର୍ଣ୍ଣାମେଣ୍ଟ ହେବା ପରି ଷ୍ଟାଡ଼ିୟମ ଏବଂ ଟ୍ରେନିଂ ସ୍ଥାନଗୁଡ଼ିକ ପ୍ରତି ବିଶେଷ ଯତ୍ନବାନ ହେବା ଜରୁରୀ । ରାଜ୍ୟ ସରକାରଙ୍କ କ୍ରୀଡ଼ାବିଭାଗ ନିର୍ଦ୍ଧାରିତ ସମୟ ପୂର୍ବରୁ ଷ୍ଟାଡ଼ିୟମର ବିଭିନ୍ନ କାର୍ଯ୍ୟ ସମାପ୍ତ କରିଛନ୍ତି । ପ୍ରକୃତରେ ଏଥିଲାଗି ସରକାର ଧନ୍ୟବାଦ୍ୟର ଯୋଗ୍ୟ ।” ଏହା ଟୁର୍ଣ୍ଣାମେଣ୍ଟ ନିର୍ଦ୍ଦେଶକ ରୋମା ଖାନ୍ନା କହିଛନ୍ତି ।

ଭାରତରେ ପ୍ରଥମଥର ଲାଗି ମହିଳାଙ୍କ ଲାଗି କୌଣସି ଫିଫା ପକ୍ଷରୁ ଫୁଟବଲ୍ ବିଶ୍ୱକପ୍ ବା ଟୁର୍ଣ୍ଟାମେଣ୍ଟ ଆୟୋଜିତ ହେଉଛି ।

ଏସମ୍ପର୍କରେ ରାଜ୍ୟ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି, “ଦେଶରେ ପ୍ରଥମଥର ଲାଗି ଏହିପରି ଏକ ବିଶ୍ୱସ୍ତରୀୟ ମହିଳା ଫୁଟବଲ୍ ଟୁର୍ଣ୍ଣାମେଣ୍ଟଅନୁଷ୍ଠିତ ହେବାକୁ ଯାଉଛି । ତେବେ ଓଡ଼ିଶା ଲାଗି ଏହା ଅତ୍ୟନ୍ତ ଗୌରବର ବିଷୟ ଯେ, ବିଶ୍ୱର ସମ୍ମାନଜନକ ତଥା ଅତି ଲୋକପ୍ରିୟ ଖେଳର ବିଶ୍ୱକପ ଏଠାରେ ଅନୁଷ୍ଠିତ ହେବାକୁ ଯାଉଛି” ।

Leave A Reply

Your email address will not be published.