Latest Odisha News

ଡ୍ରଗ୍ସ କାରବାର ନେଇ ସ୍ପେଶାଲ କ୍ରାଇମ୍ ୟୁନିଟର ଚଢ଼ାଉ, ବିପୁଳ ପରିମାଣର ଗଞ୍ଜେଇ ଜବତ

ଭୁବନେଶ୍ଵର: ନିଶା କାରବାରର ହବ୍ ପାଲଟିଛି ରାଜଧାନୀ ଭୁବନେଶ୍ଵର । ଆଉ ନିଶା କାରବାର କରୁଥିବା ଯୁବକଙ୍କୁ ଧରିବା ପାଇଁ ଏବେ ଆକ୍ସନ ମୋଡରେ କମିସନରେଟ୍ ପୋଲିସ । ଆଜି ରାଜଧାନୀ ରାଜରାସ୍ତାରେ ନିଜର ପାୱାର୍ ଦେଖାଇଛି ପୋଲିସ । ରାଜରାସ୍ତାରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଛି କମିଶନରେଟ୍ ପୋଲିସ୍ । ଆଉ ଧରା ପଡିଥିବା ଯୁବକଙ୍କ ପକେଟ୍ ରୁ ବାହାରିଛି ପୁଳା ପୁଳା ବ୍ରାଉନସୁଗାର ଓ ଗଞ୍ଜେଇ। କେବଳ ସେତିକି ନୁହେଁ କିଛି ପାନ ଦୋକାନରୁ ବିପୁଳ ଗଞ୍ଜେଇ, ସିଗାରେଟ୍ ମଧ୍ୟ ଜବତ କରିଛି ପୋଲିସ ।

ସୂଚନା ଅନୁସାରେ, ନିଶା କାରବାର ରୋକିବାକୁ କମିଶନରେଟ ପୋଲିସର ବଡ଼ ଧରଣର ରେଡ କରିଛି । ଭୁବନେଶ୍ବର ଜୟଦେବ ବିହାର ଛକରେ ଥିବା ଏକ ପାନ ଦୋକାନରେ ରେଡ କରିଛି ପୋଲିସ । ଏଥିସହ ନିଶା କାରବାରରେ ଜଡିତ ୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୮ ଜଣଙ୍କୁ ଅଟକ ରଖିଛି ପୋଲିସ । ସନ୍ଧାନୀ କୁକୁର ସହ ସ୍ପେଶାଲ କ୍ରାଇମ ୟୁନିଟ ଏହି ଚଢ଼ାଉ କରିଛି । ଉକ୍ତ ପାନ ଦୋକାନରୁ ବିପୁଳ ପରିମାଣର ଗଞ୍ଜେଇ ଓ ସିଗାରେଟ୍ ଜବତ କରାଯାଇଥିବା ସେଇ ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଗତକାଲି ଭୁବନେଶ୍ୱରରୁ ବିପୁଳ ପରିମାଣର ଦେଶୀ ମଦ ଜବତ ହୋଇଥିଲା । ସେ ବି ପୁଣି ସ୍ପ୍ରାଇଟ୍ ବୋତଲରେ । କୋଲ୍ଡ ଡ୍ରିଙ୍କସ୍ ବୋତଲ ମଧ୍ୟରେ ଦେଶୀ ମଦ ବିକ୍ରି ହେଉଥିଲା । ଭୁବନେଶ୍ବର ବରମୁଣ୍ଡା ବସଷ୍ଟାଣ୍ଡ ଅଞ୍ଚଳରେ ଏକ ଥଣ୍ଡା ପାନୀୟ ସହ ପାନ ଦୋକାନ କରିଥିବା ଅଭିଯୁକ୍ତକୁ ଗିରଫ କରିଥିଲା ଅବକାରୀ ଟିମ୍ । ତା’ନିକଟରୁ ୨ଶହ କୋଲ୍ଡ ଡ୍ରିଙ୍କସ ବୋତଲରେ ଥିବା ଦେଶୀ ମଦକୁ ଜବତ କରାଯାଇଥିଲା ।

 

Leave A Reply

Your email address will not be published.