ଭୁବନେଶ୍ୱର: ଓଡ଼ିଶାରେ ଶୀତ ଲହରୀ ବଢିବ ଯୋଗୁ ସାରା ରାଜ୍ୟରେ ପାରଦ ସ୍ତର ହଠାତ୍ ହ୍ରାସ ପାଇଛି। ରାଜଧାନୀରେ ସ୍ୱାଭାବିକ ଠାରୁ ୧୪.୧°C ରହିଥିଲା। ଯାହା ସ୍ୱାଭାବିକ ଠାରୁ ୫.୩°C କମ୍ ରେକର୍ଡ କରାଯାଇଛି। ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଗୁରୁବାର ସୂଚନା ଦେଇଛି।
ଚଳିତ ଋତୁରେ ଏହା ଭୁବନେଶ୍ୱରରେ ଏପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା ବୋଲି କୁହାଯାଉଛି। ନଭେମ୍ବର ୧୦ ତାରିଖରେ ସହରରେ ପାରଦ ୧୪.୮°Cକୁ ଖସି ଆସିଥିଲା। ଗତ ୨୪ ଘଣ୍ଟା ମଧ୍ୟରେ କଟକରେ ୧୪.୬°C ରେକର୍ଡ କରାଯାଇଥିଲା। ଯାହା ସ୍ୱାଭାବିକ ଠାରୁ ୪.୧°C କମ୍।
କନ୍ଧମାଳ ଏବଂ କୋରାପୁଟର ପାହାଡିଆ ସ୍ଥାନରେ ରାତିର ତାପମାତ୍ରା ୮°C ତଳକୁ ଖସିଯାଇଛି। ସେମିଲିଗୁଡ଼ା ରାଜ୍ୟର ସବୁଠାରୁ ଥଣ୍ଡା ସ୍ଥାନ ସହ ୭.୧° ସେଲସିୟସ୍ ରହିଛି। ଦାରିଙ୍ଗବାଡି ୭.୫° ସେଲସିୟସ୍ ଏବଂ ଜି ଉଦୟଗିରି ୭.୬° ସେଲସିୟସ୍। ଝାରସୁଗୁଡାରେ ୧୦.୯° ସେଲସିୟସ୍ ତାପମାତ୍ରା ସହ ସ୍ୱାଭାବିକ ତୁଳନାରେ ୬.୨° ସେଲସିୟସ୍ ହ୍ରାସ ପାଇଥିଲା। ଯେତେବେଳେ କି ଅନୁଗୁଳରେ ୧୨° ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଥିଲା।
୧୫°C ରୁ ତାପମାତ୍ରା ତଳେ ଥିବା ଅନ୍ୟ ସହର ମଧ୍ୟରେ କନ୍ଧମାଳରେ ଫୁଲବାଣୀ (୮.୫° C), ରାଉରକେଲା (୧୧.୧°C), ବରଗଡର ଚିପିଲିମା (୧୧.୨° C), ସୁନ୍ଦରଗଡରେ କିରେଇ ଏବଂ ଭବାନୀପାଟଣାରେ ୧୧.୫°C, ସୁନ୍ଦରଗଡ (୧୨.୬°C), କେନ୍ଦୁଝର (୧୨.୮°C) କୋରାପୁଟ (୧୩.୫°C), ସୋନପୁର (୧୩.୬°C), ସମ୍ବଲପୁର (୧୪°C), ଢେଙ୍କାନାଳ ମହିସାପାଟ (୧୪.୪° C) ଏବଂ ହୀରାକୁଦ (୧୪.୫°C)।
Comments are closed.